ବ୍ୟୁରୋ : ଏକ ତରଫା ପ୍ରେମକୁ ନେଇ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର କୁଶୀନଗରରେ ନାବାଳିକା ଜଣଙ୍କ ଯୁବକଙ୍କ ପ୍ରେମକୁ ଏଡାଇ ଦେବାରୁ ଯୁବକ ଜଣଙ୍କ ତାଙ୍କ ଉପରେ ଏସିଡ ମାଡ କରିଛନ୍ତି । ଏଥିରେ ଗୁôରୁତର ଆହତ ହୋଇଥିବା ନାବାଳିକା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଦୁଇ ଜଣଙ୍କୁ ବାନ୍ଧିଛି । ଅଭିଯୁକ୍ତ ଦ୍ୱୟ ହେଲେ । ମୁକେଶ ରାଜଭର ଓ ତାଙ୍କ ସହେଯାଗୀ ସୁରଜ ରାଜଭର । ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ ମୁକେଶ ପୀଡିତାଙ୍କୁ ଏକ ତରଫା ପ୍ରମ କରୁଥିଲେ । ହେଲେ ସେ ନାବାଳିକାଙ୍କ ସହ କଥା ହେବାକୁ ଚେଷ୍ଟା କରିବା ବେଳେ ନାବାଳିକା ଜଣଙ୍କ ଏଥିରୁ ଦୂରେଇ ରହୁଥିଲେ । ମୁକେଶଙ୍କ ପ୍ରସ୍ତାବକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଥିଲେ । ଏଥିରେ ରାଗିଯାଇ ମୁକେଶ ନାବାଳିକାଙ୍କୁ ପାନେ ଦେବାକୁ ଷଡଯନ୍ତ୍ର କଲେ । ଏକ କେମିକାଲ ଦୋକାନରୁ ଏସିଡ କିଣିବା ପରେ ନିଜ ସାଙ୍ଗ ସୁରଜଙ୍କ ବାଇକରେ ନାବାଳିକାଙ୍କ ଘରକୁ ଗଲେ । ସେଠାରେ ତାଙ୍କ ମୁହଁରେ ଏସିଡ ପକାଇ ଉଭୟ ଫେରାର ହୋଇଯାଇଥିଲେ । ପରିବାର ଲୋକେ ତୁରନ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛନ୍ତି ।