ବାନ୍ଦା: ପ୍ରେମିକ ସହ ଧରିବା ପରେ ରାଗିବାରୁ ମା’କୁ ହତ୍ୟା କଲା ଝିଅ । ୟୁପିର ବାନ୍ଦା ଜିଲ୍ଲାରେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ଏହି ଘଟଣା ପରେ ପୁଲିସ ଉଭୟ ଅଭିଯୁକ୍ତ ଝିଅ ଓ ତା’ର ପ୍ରେମିକକୁ ଗିରଫ କରିଥିବା ଜଣାପଡ଼ିଛି । କୁହାଯାଉଛି ଯେ, ମୃତକ ନିଜ ଝିଅକୁ ତା’ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ଏହା ପରେ ମୃତକ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ । ଏଥିରେ ରାଗିଯାଇ ସେ ପ୍ରେମିକ ସହ ମିିଶି ମା’ଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ପୁଲିସ ଅଧୀକ୍ଷକ ଲକ୍ଷ୍ମୀ ନିୱାସ ମିଶ୍ରା କହିଛନ୍ତି ଯେ, ଜୁଲାଇ ୩୦ରେ ପୁଲିସ, ରାଜୁଲିଆଙ୍କ ମୃତଦେହକୁ ପୋଖରୀ ନିକଟରୁ ଉଦ୍ଧାର କରିଥିଲା ।
ଏଥି ସହ ସୋମବାର ପୁଲିସ ଏହି ଘଟଣାର ଖୁଲାସା କରି ହତ୍ୟା ଅଭିଯୋଗରେ ପୁଲିସ ମହିଳାଙ୍କ ଝିଅ ନୀତୁ ଏବଂ ତାଙ୍କ ପ୍ରେମିକ ଅତୁଲ ଅର୍କକୁ ଗିରଫ କରିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି । ଏଏସପି କହିଛି ଯେ ମହିଳାଙ୍କୁ ଗଳା ଚିପି ହତ୍ୟା କରାଯାଇଥିଲା, ଯେଉଁଥିପାଇଁ ତାଙ୍କ ବେକର ହାଡ ଭାଙ୍ଗି ଯାଇଥିଲା । ଏଥିସହ ହତ୍ୟାକାଣ୍ଡ ସାମ୍ନାକୁ ନ ଆସିବା ସହ ପୁଲିସକୁ ବିଭ୍ରାନ୍ତ କରିବାକୁ ଅଭିଯୁକ୍ତମାନେ ତାଙ୍କ ମୃତଦେହକୁ ପୋଖରୀ ନିକଟରେ ଫିଙ୍ଗି ଦେଇ ସେଠାରୁ ପଳାଇ ଯାଇଥିଲା । ଜୁଲାଇ ୨୯ର ରାତିରେ ରାଜୁଲିଆ, ନୀତୁ ଏବଂ ଅତୁଲଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଏହି କାରଣରୁ ସେ ତାଙ୍କ ଝିଅକୁ ଗାଳି ଦେଇଥିଲେ । ଏହା ପରେ ଜୁଲାଇ ୩୦ରେ ଯୋଜନାବଦ୍ଧ ଭାବେ ରାଜୁଲିଆଙ୍କୁ ହତ୍ୟା କରାଯାଇଥିଲା ।