27.1 C
Bhubaneswar
Sunday, July 7, 2024
Homeଓଡିଶାପୋଖରୀରେ ବୁଡି ନାବାଳିକା ମୃତ

ପୋଖରୀରେ ବୁଡି ନାବାଳିକା ମୃତ

କେନ୍ଦୁଝର : ପୋଖରୀରେ ବୁଡି ନାବାଳିକା ମୃତ । କେନ୍ଦୁଝର ଜିଲ୍ଲା ଘଷିପୁର ଥାନା ନାରଙ୍ଗପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ପୋଖରୀରେ ବୁଡି ଜଣେ ୪ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ଅଜୟ କୁମାର ଜେନାଙ୍କ ଝିଅ ସୁଚିତ୍ରା ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ସୁଚିତ୍ରା ବାଡିପଟେ ଥିବା ପୋଖରୀକୁ ଶୈାଚ ହେବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା । ଆଉ ସେ ପାଣି ଭିତରେ ବୁଡିଯାଇଥିଲେ । ତେବେ ଝିଅଟି ବୁଡିଯାଉଥିବାର ଦେଖି ଗାଁ ଲୋକେ ଘରଲୋକଙ୍କୁ ଖବର ଦେଇଥିଲେ ଏବଂ ଘରଲୋକ ସଙ୍ଗେ ସଙ୍ଗେ ସୁଚିତ୍ରାକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking