30.1 C
Bhubaneswar
Wednesday, June 26, 2024
Homeଓଡିଶାପୋଖରୀରେ ବୁଡି ନାବାଳିକା ମୃତ

ପୋଖରୀରେ ବୁଡି ନାବାଳିକା ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଦରଖଳା ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀ ଦରଖଳା ଗାଁରେ ଜଣେ ନାବାଳିକା ତାଙ୍କ ମାଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମା ଗାଧୋଇବା ସମୟରେ ନାବାଳିକା ଝିଅର ଅସାବଧାନତା ପାଇଁ ପୋଖରୀ ଗୋଡ ଖସିଯାଇଥିଲା । ଆଉ ନାବାଳିକା ଜଣକ ପୋଖରୀରେ ବୁଡି ଯାଇଥିଲେ । ଏହି ଘଟଣାରେ ମା ଝିଅକୁ ବଂଚେଇବା ପାଇଁ ଚିତ୍କାର କରି ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ପହଁଚି ପୋଖରୀରୁ ଝିଅକୁ ଉଦ୍ଧାର କରିଥିଲେ । କିନ୍ତୁ ନାବାଳିକାର ମୃତ୍ୟୁ ହୋଇଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking