ବ୍ୟୁରୋ : ହରିୟାଣାର ନୁହା ଜିଲ୍ଲାର ଆଫ୍ୱାଲପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଝିଅ ନିଜ ପ୍ରେମିକ ସହିତ ମିଶି ମାକୁ ହତ୍ୟା କରିଥିଲା । ଘଟଣା ସଂପର୍କରେ ପୋଲିସ ସୂଚନା ପାଇ ଶବକୁ ଜବତ କରି ତଦନ୍ତ ଆରମ୍ଭ କରୁଛି । ୪୫ ବର୍ଷୀୟ ମହିଳାଙ୍କୁ ପ୍ରଥମେ ବିଷାକ୍ତ ପଦାର୍ଥ ଦେଇଥିଲେ ମୁସ୍କାନ । ତାପରେ ତାଙ୍କୁ ହତ୍ୟା କରିଥିଲେ । ଯାହା ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଘଟଣାଟି ଘଟିଛି । କୁହାଯାଉଛି ଯେ ମୃତକ ମହିଳା ଜଣଙ୍କ ଝିଅର ପ୍ରେମ ସମ୍ପର୍କକୁ ବିରୋଧ କରି ଆସୁଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ ମୁସ୍କାନ ପାଞ୍ଚମାସ ପୂର୍ବେ ବିବାହ କରିଥିଲେ । କିନ୍ତୁ ଉକ୍ତ ଗାଁର ଜାଭେଦଙ୍କ ସହ ତାଙ୍କ ଅନୈତିକ ସମ୍ପର୍କ ଥିଲା । ମୃତ ରୁକସାନା ଏହି ସମ୍ପର୍କରେ ବିରୋଧ କରି ଆସୁଥିଲେ । ଏ ଫଳରେ ପ୍ରେମୀ ଯୁଗଳ ରୁକସାନାଙ୍କୁ ରାସ୍ତାରୁ ହଟାଇବାକୁ ସ୍ଥିର କଲେ । ଏ ମାମଲାରେ ଡିଏସପି ନୁହ ସୁରେନ୍ଦ୍ର କିହ୍ନା କହିଛନ୍ତି । ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହେଲା ଯେ ରୁଖସାନାଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଏହାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।