27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଭକ୍ତଙ୍କ ପାଇଁ ଆଜିଠୁ ଖୋଲାଯାଇଛି କେଦାରନାଥ ଧାମର ଦ୍ୱାର

ଭକ୍ତଙ୍କ ପାଇଁ ଆଜିଠୁ ଖୋଲାଯାଇଛି କେଦାରନାଥ ଧାମର ଦ୍ୱାର

ନୂଆଦିଲ୍ଲୀ: ଆଜିଠୁ ଖୋଲାଯାଇଛି କେଦାରନାଥ ଧାମର ଦ୍ୱାର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କର ଉପସ୍ଥିତିରେ ଆଜି କେଦାରନାଥ ମନ୍ଦିରର ମୁଖ୍ୟ ଦ୍ୱାର  ଖୋଲାଯାଇଛି ।  ଏଥିପାଇଁ ମନ୍ଦିରକୁ ଭବ୍ୟ ଆୟୋଜନରେ ସାଜସଜ୍ୟା  କରାଯାଇଛି । ତେର କୁଇଣ୍ଟାଲ  ଫୁଲରେ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବା ପରେ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ଉପସ୍ଥିତିରେ ସାଂସ୍କୃତିକ କାଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଏହି ଅବସରରେ ଭକ୍ତମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା ।  ପ୍ରତିବର୍ଷ ଶୀତ ଋତୁରେ  ତୁଷାରପାତ ଯୋଗୁଁ କେଦାରନାଥ ଧାମର ଦ୍ୱାର ବନ୍ଦ  ହୋଇଯାଏ ଏବଂ ଗ୍ରୀଷ୍ମ ଋତୁରେ ପୁଣି ଥରେ ଦ୍ୱାର ଖୋଲାଯାଇଥାଏ ।  ଶୀତଦିନେ ୬ ମାସ ବନ୍ଦ ହେବା ପରେ ଶୁକ୍ରବାର ସକାଳେ କେଦାରନାଥ ଧାମର ଦ୍ୱାର ଭକ୍ତ ମାନଙ୍କ ପାଇଁ ଖୋଲାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking