27.1 C
Bhubaneswar
Thursday, March 5, 2026
Homeଓଡିଶାହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ

ମୟୁରଭଞ୍ଜ: ହୁହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ । ନିଆଁ ଧୀରେ ଧୀରେ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । କପ୍ତିପଦା ବନାଞ୍ଚଳ କଟୁରିଆ, ସାଣଦେଇ ସଂରକ୍ଷିତ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ପତ୍ରଝଡା ଋତୁରେ ଶୁଖିଲା ପତ୍ର ତଳେ ପଡିଥିବାରୁ ନିଆଁ ବହୁତ ଶୀଘ୍ର ବ୍ୟପିବାରେ ଲାଗିଛି । ପ୍ରଥମେ ଶାଣଦେଇ ଜଙ୍ଗଲରେ ନିଆଁ ଲାଗିଥିବା କ୍ରମେ ଏହା କଟୁରିଆ ଜଙ୍ଗଲକୁ ବ୍ୟାପିଯାଇଛି । ନିଆଁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ନିଆଁରେ ସାଗୁଆନ ବଳି ଅନେକ ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି । ସେପଟେ କପ୍ତିପଦା ବନାଞ୍ଚଳ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ପୁରା ଜଙ୍ଗଲ ଏବେ ହୁତୁହୁତୁ ହୋଇ ଜଳୁଛି । ହେଲେ ଘଣ୍ଟାରୁ ଅଧିକ ହେବ ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ବନ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରି ପାରିନାହିଁ । ଏହି ନିଆଁ ଧୀରେ ଧୀରେ ବ୍ୟପିବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking