21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶପରକୀୟା ପ୍ରୀତି କଲା ସର୍ବନାଶ; ନିଜ ହାତରେ ଜନ୍ମ କଲା ପୁଅର ତଣ୍ଟି ଚିପି ହତ୍ୟା...

ପରକୀୟା ପ୍ରୀତି କଲା ସର୍ବନାଶ; ନିଜ ହାତରେ ଜନ୍ମ କଲା ପୁଅର ତଣ୍ଟି ଚିପି ହତ୍ୟା କଲା ମାଆ

ଦେବଗଡ: ଇଏ ମା’ର କେଉଁ ରୂପ ରାକ୍ଷସୀ ନା ପିଶାଚୀ ! ଯିଏ ନିଜ ଜନ୍ମକଲା ଛୁଆକୁ ତିଳେଇ ତିଳେଇ ମାରିଛି । ପୁଅର ତଣ୍ଟିକୁ ଶାଢ଼ିରେ ଗୁଡ଼ାଇ ଧୀରେ ଧୀରେ ଚିପି ଜୀବନ ନେଇଛି । ଆଉ ତା’ ପରେ ରଚିଛି ଷଡ଼ଯନ୍ତ୍ର । ଓ ଘଟଣାଟି ଦେବଗଡ଼ରେ ଘଟିଛି । ସ୍ୱାମୀଙ୍କୁ ଫୋନ୍‌ରେ ପୁଅର ଦେହ ଖରାପ ଥିବା କହି ମେଡିକାଲରେ ଭର୍ତ୍ତି କରିଥିଲା ସ୍ତ୍ରୀ । ହେଲେ ସ୍ୱାମୀ ମେଡିକାଲରେ ପହଞ୍ଚି ସନ୍ଦେହ କରିବା ପରେ ସବୁ କଥା ଏବେ ସାମ୍ନାକୁ ଆସିଛି । ସ୍ୱାମୀ କୁଳମଣି ସୁନେଲ ବାହାରେ ଚାକିରି କରୁଥିଲେ । ଯାହାର ସୁଯୋଗ ନେଇ ଅଭିଯୁକ୍ତ ସ୍ତ୍ରୀ ଲିଲି ସୁନେଲ ଅନ୍ୟ ଏକ ପରପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲା । ଏ ବିଷୟରେ ୧୩ ବର୍ଷିୟ ପୁଅ ଜାଣିବା ପରେ ବିରୋଧ କରିଥିଲା ।

ବାପାଙ୍କ ନିକଟରେ ସବୁ କହିଦେବାକୁ କହିଥିଲା । ହେଲେ ନିଜର ପାପକୁ ଲୁଚାଇବୁ ଯାଇ ଲିଲି ନିଜ ଜନ୍ମକଲା ପୁଅକୁ ଶାଢ଼ିରେ ତା’ର ତଣ୍ଟିକୁ ଚିପି ହତ୍ୟା କରିଥିଲା । ପରେ ସ୍ୱାମୀ କୁଳମଣିଙ୍କୁ ଫୋନ୍ କରି ପୁଅର ଦେହ ଖରାପ ଅଛି, ଆଉ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲା । ଖବର ପାଇ କୁଳମଣି ମେଡିକାଲରେ ପହଞ୍ଚିବା ବେଳକୁ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିସାରିଥିଲେ । ପୁଅର ବେକରେ ଚିହ୍ନଥିବା ଦେଖି ବାପା ସନ୍ଦେହ କରି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌? ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ରାକ୍ଷାସୀ ମା’ର ପାଟିରୁ ସବୁ ଗୋଟି ଗୋଟି ସତ ଓଗାରିଥିଲା । ପ୍ରେମିକକୁ ମଧ୍ୟ ପ୍ରଶ୍ନ କରିଥିଲା ପୋଲିସ । ଗତ ୧ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ତଦନ୍ତ କରି ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି । ଆଉ କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ହାଜତକୁ ପଠାଇଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking