23.1 C
Bhubaneswar
Monday, January 19, 2026
Homeଓଡିଶାରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ଗଲା ପ୍ରଥମ କାଠ

ରଥ ନିର୍ମାଣ ପାଇଁ ଦଶପଲ୍ଲାରୁ ଗଲା ପ୍ରଥମ କାଠ

ଦଶପଲ୍ଲା: ପୁରୀରେ ଚଳିତ ବର୍ଷ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ସୋମବାର ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ କାଠ ପଠାଯାଇଛି। ନୟାଗଡ ଜିଲ୍ଲାର ଦଶପଲ୍ଲା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟାକ୍ରା ଫରେଷ୍ଟ ସେକ୍ସନରୁ ପୁରୀକୁ କାଠଗଣ୍ଡି ପଠାଯାଇଛି। ବନ ବିଭାଗ ଏବଂ ମିଟୁକୁଲି ଭିଏସଏସ କମିଟି ଦ୍ୱାରା ପୂଜା ଏବଂ ସଂକୀର୍ତ୍ତନ ପରେ ରଥ ପାଇଁ ପବିତ୍ର କାଠ ବୋଝେଇ ଟ୍ରକଗୁଡ଼ିକୁ ପଠାଯାଇଥିଲା। ୨ଟି ଟ୍ରକରେ ମୋଟ ୪୮ ଖଣ୍ଡ ଆସନ ଏବଂ ଧୌରା କାଠ ପଠାଯାଇଛି। ଗୋଟିଏ ଟ୍ରକରେ ୨୫ ଖଣ୍ଡ କାଠ ଥିବା ବେଳେ ଅନ୍ୟଟିରେ ୨୩ ଖଣ୍ଡ କାଠ ଅଛି। ପୂଜାରେ ବନ ଅଧିକାରୀ, ଆଦିବାସୀ ନେତା ଏବଂ ମହିଳାମାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking