25.1 C
Bhubaneswar
Wednesday, March 18, 2026
Homeଓଡିଶାଦ୍ୱିତୀୟ ସ୍ତ୍ରୀର ଆକ୍ରମଣରେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ

ଦ୍ୱିତୀୟ ସ୍ତ୍ରୀର ଆକ୍ରମଣରେ ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ

ନୂଆପଡ଼ା : ଜଣେ ବ୍ୟକ୍ତିଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଜାମଗାଁରେ। ମୃତ ମହିଳାଙ୍କ ନାଁ ବାରୁଣୀ ଜଗତ। ଜାମଗାଁର ହେରମ୍ୱ ଜଗତ ଦୁଇ ଜଣଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ବାରୁଣୀ ଜଗତ ଓ ଦ୍ୱିତୀୟ ସ୍ତ୍ରୀଙ୍କ ନାଁ ମାଧୁରୀ ଜଗତ। ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ପ୍ରାୟତଃ କଳିଝଗଡ଼ା ଲାଗି ରହୁଥିଲା। ଗତ ୫ ତାରିଖ ଦିନ କୌଣସି କଥାକୁ ନେଇ ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା।

ଏହି ସମୟରେ ମାଧୁରୀ ଏକ ଷ୍ଟିଲ୍ ବାଲ୍‌ଟିରେ ବାରୁଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ବାରୁଣୀଙ୍କୁ ତାଙ୍କ ସ୍ୱାମୀ ହେରମ୍ବ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକିତ୍ସିତ ହୋଇ ସେହିଦିନ ବାରୁଣୀ ଘରକୁ ଫେରି ଆସିଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା। ବାରୁଣୀଙ୍କ ମୃତ୍ୟୁ ପରେ ତାଙ୍କ ବାପ ଘର ଲୋକେ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବାରୁଣୀଙ୍କ ସ୍ୱାମୀ ହେରମ୍ୱ ଓ ମାଧୁରୀ ଦେଇଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking