28.1 C
Bhubaneswar
Wednesday, February 4, 2026
Homeଓଡିଶାଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ “ମଧ୍ୟସ୍ଥତା କ୍ଷେତ୍ର ସହ ଜଡ଼ିତ ଆହ୍ୱାନ ଓ ଆଗାମୀ...

ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ “ମଧ୍ୟସ୍ଥତା କ୍ଷେତ୍ର ସହ ଜଡ଼ିତ ଆହ୍ୱାନ ଓ ଆଗାମୀ ପଦକ୍ଷେପ ” ସଂପର୍କରେ ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱରେ ଆୟୋଜିତ ୨ୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର  ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ “ମଧ୍ୟସ୍ଥତା କ୍ଷେତ୍ର ସହ ଜଡ଼ିତ ଆହ୍ୱାନ ଓ ଆଗାମୀ  ପଦକ୍ଷେପ ” ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ସର୍ବୋଚ୍ଚ ନ୍ୟାୟାଳୟ,ଭାରତର ନ୍ୟାୟାଧୀଶ ନ୍ୟାୟମୂର୍ତ୍ତି ଶ୍ରୀ ସୂର୍ଯ୍ୟକାନ୍ତ ଅଧ୍ୟକ୍ଷତା କରିଥିଲେ । ଏଥିରେ ସର୍ବୋଚ୍ଚ ନ୍ୟାୟାଳୟ,ଭାରତର ନ୍ୟାୟାଧୀଶ ମାନ୍ୟବର  ନ୍ୟାୟମୂର୍ତ୍ତି  ଶ୍ରୀ ବିପୁଳ ଏମ. ପାଞ୍ଚୋଲି ଓ  ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏମ.ଏମ. ଶ୍ରୀବାସ୍ତବ, ମୁଖ୍ୟ ବିଚାରପତି, ମାଡ୍ରାସ ହାଇକୋର୍ଟ  ସହ-ଅଧ୍ୟକ୍ଷତା କରିଥିଲେ ।

ପାରସ୍ପରିକ ଆଲୋଚନା ଭିତ୍ତିକ ଏହି ଅଧିବେଶନରେ  ଚାରିଟି ମୁଖ୍ୟ କ୍ଷେତ୍ର ସଂପର୍କରେ ବ୍ୟାପକ ଆଲୋକପାତ କରାଯାଇଥିଲା ।  ମଧ୍ୟସ୍ଥତାକୁ ଏକ ପେଶା  ଭାବେ ଗ୍ରହଣ କରିବା ନେଇ  ସ୍ୱୀକୃତି, ଏଥିରେ କ୍ୟାରିଅର(ବୃତ୍ତିଗତ)  ସୁଯୋଗ, ଏବଂ  ଏ କ୍ଷେତ୍ରରେ ଏକ ନିରନ୍ତରତା ଭିତ୍ତିକ ସ୍ଥାୟୀ  ପରିସଂସ୍ଥା ସୃଷ୍ଟି କରିବା, ସମସ୍ତ ସରକାରୀ ବିବାଦ ସମାଧାନରେ ପ୍ରଥମ ପଦକ୍ଷେପ ଭାବେ ମଧ୍ୟସ୍ଥତାକୁ ଗ୍ରହଣ କରିବା,  ସଚେତନତା, ପ୍ରସାର କାର୍ଯ୍ୟକ୍ରମ ଏବଂ ସଫଳତା କାହାଣୀ ବାଣ୍ଟିବା ମାଧ୍ୟମରେ ମଧ୍ୟସ୍ଥତାରେ ଲୋକଙ୍କ ବିଶ୍ୱାସ  ବୃଦ୍ଧି କରିବା, ଗ୍ରାମୀଣ ଏବଂ ସମାଜରେ  ଅବହେଳିତ ବର୍ଗକୁ ମଧ୍ୟସ୍ଥତାର ସୁବିଧା ପହଞ୍ଚାଇବା ସଂପର୍କରେ ଅଧିବେଶନରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟକାନ୍ତ  କହିଲେ ଯେ ଦେଶର ଏବେ ୨.୫ ଲକ୍ଷ ମଧ୍ୟସ୍ଥିଙ୍କର ଆବଶ୍ୟକ ରହିଥିବା ବେଳେ ଏବେ ମାତ୍ର  ୧୩,୦୦୦ ମଧ୍ୟସ୍ଥି ରହିଛନ୍ତି  । ଏଥିପାଇଁ ଏକ ସୁବ୍ୟବସ୍ଥିତ ମଧ୍ୟସ୍ଥତା ବ୍ୟବସ୍ଥା କରାଯିବା ବର୍ତ୍ତମାନ ସମୟର ଆହ୍ୱାନ ହୋଇଛି । ଅଧିବେଶନରେ ମଧ୍ୟସ୍ଥତାର ଗୁରୁତ୍ୱ, ଲୋକଙ୍କର ବିଶ୍ୱାସ ବୃଦ୍ଧି, ନୀତିଗତ ସମର୍ଥନ ଓ ପେଶାଗତ ସ୍ୱୀକୃତିର ଆବଶ୍ୟକତା ସଂପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା । ଏହି ଆଲୋଚନା ମାଧ୍ୟମରେ ମଧ୍ୟସ୍ଥତାକୁ ଦେଶର ବିବାଦ ସମାଧାନ ପ୍ରଣାଳୀରେ ଏକ ମୁଖ୍ୟ ଉପାୟ ଭାବେ ଶକ୍ତିଶାଳୀ ମାଧ୍ୟମ ଭାବେ  ଉପସ୍ଥାପିତ କରାଯାଇଥିଲା ।

ଏହି ଅଧିବେଶନରେ ଅନ୍ୟାନ୍ୟ ବିଶିଷ୍ଟ ନ୍ୟାୟାଧୀଶମାନଙ୍କ ମଧ୍ୟରେ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଏମ. ସୁନ୍ଦର- ମୁଖ୍ୟ ବିଚାରପତି, ମଣିପୁର ହାଇକୋର୍ଟ,  ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ  ଆର. ସୁରେଶ କୁମାର- ନ୍ୟାୟାଧୀଶ, ମାଡ୍ରାସ ହାଇକୋର୍ଟ, ମାନ୍ୟବର ଶ୍ରୀ ନ୍ୟାୟମୂର୍ତ୍ତି ଏ. ମହମ୍ମଦ୍ ମୁସ୍ତାକ୍-ନ୍ୟାୟାଧୀଶ, କେରଳ ହାଇକୋର୍ଟ, ମାନ୍ୟବର  ନ୍ୟାୟମୂର୍ତ୍ତି  ଶ୍ରୀ ସଚିନ୍ ଦତ୍ତା-ନ୍ୟାୟାଧୀଶ, ଦିଲ୍ଲୀ ହାଇକୋର୍ଟ ଏବଂ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ହରିନାଥ ନୁନେପଲ୍ଲି- ନ୍ୟାୟାଧୀଶ, ଆନ୍ଧ୍ରପ୍ରଦେଶ ହାଇକୋର୍ଟ, ଶ୍ରୀମତୀ ନନ୍ଦିନୀ ଗୋର, ବରିଷ୍ଠ ଆଡଭେକେଟ୍ ତଥା ପ୍ରାକ୍ଟିସନର ଯୋଗଦେଇ ଆଲୋଚନାରେ ମତ ରଖିଥିଲେ । ଏହି ଅଧିବେଶନକୁ ଜଜ ପୋଠା   ସଂଚାଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking