19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଆଜିଠୁ ଆରମ୍ଭ ଜମ୍ମୁ-କାଶ୍ମୀ ବିଧାନସଭାର ପ୍ରଥମ ଅଧିବେଶନ

ଆଜିଠୁ ଆରମ୍ଭ ଜମ୍ମୁ-କାଶ୍ମୀ ବିଧାନସଭାର ପ୍ରଥମ ଅଧିବେଶନ

ବ୍ୟୁରୋ: ଆଜିଠାରୁ ଆରମ୍ଭ ଜମ୍ମୁ ଓ କାଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ । ବିଭିନ୍ନ ଦୃଷ୍ଟିରୁ ଏହି ଅଧିବେଶନ ଗୁରୁତ୍ବପୂର୍ଣ୍ଣ । ଅଧିବେଶନ କାଳରେ ବାଚସ୍ପତି ନିର୍ବାଚନ ହେବ । ଏଥିରେ ଏଲଜି ମନୋଜ ସିହ୍ନା ବି ଉଦବୋଧନ ଦେବେ। ମୁଖ୍ଯମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ସରକାରଙ୍କ ଲାଗି ଏହି ଅଧିବେଶନ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ । ବଡକଥା ହେଉଛି ଏହି ଅଧିବେଶନରେ ଧାରା ୩୭୦କୁ ପୁନଃ ଲାଗୁ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇପାରେ । ନିର୍ବାଚନ ପୂର୍ବରୁ ନ୍ଯାସନାଲ କନଫେରନ୍ସ ନେତୃତ୍ବାଧୀନ ମେଣ୍ଟ ଧାରା ୩୭୦ ଲାଗୁ ପାଇଁ ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା । ବିଧାନସଭା ପରିଚାଳନା ଲାଗି କାମଚଳା ବାଚସ୍ପତି ମୁବାରକ ଗୁଲଙ୍କ ନାମ ମଞ୍ଜୁର କରିଥିଲେ ଏଲଜି । ଏହି ଅଧିବେଶନରେ ବି ବାଚସ୍ପତି ଓ ଉପବାଚସ୍ପତି ଲାଗି ନିର୍ବାଚନ ହେବ । ବାଚସ୍ପତି ଦୌଡରେ ଅଛନ୍ତି ନ୍ଯାସନାଲ କନଫରେନ୍ସର ବରିଷ୍ଠ ନେତା ଅବଦୁର ରହିମ ରାଥେର ଓ ଅଲ୍ଲୀ ମହମ୍ମଦ ସାଗର । ବିଜେପି ପକ୍ଷରୁ ଜଣଙ୍କୁ ଉପବାଚସ୍ପତି କରାଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking