ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆରମ୍ଭ ହେବ ପହିଲି ଭୋଗନୀତି । ପରମ୍ପରା ଅନୁଯାୟୀ, ଏହି ଏକମାସ ମା ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା ଯଶୋଦା ମହାପ୍ରଭୁଙ୍କୁ ବିରି, ଗହମଚୁନା ଘିଅ ପାଗ ହୋଇଥିବା ପିଠା ଓ ଧନୁମୂଆଁ ଲାଗିହେବ । ଗୋପାଳ ବଲ୍ଲଭରେ ଏହି ପହିଲିଭୋଗ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ । ପହିଲି ଭୋଗ ପାଇଁ ଶ୍ରୀମନ୍ଦିର ପ୍ରଶାନସର ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୨ଟାରେ ଦ୍ୱାର ଫିଟା ନୀତି ପରେ ମଙ୍ଗଳଆଳତୀ ଶେଷ ହେବା ପପରେ ପହିଲି ଭୋଗ ନୀତି ଆରମ୍ଭ ହେବ ।










