24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶସଂସଦରେ ଜାରି ରହିଛି ଅଗ୍ନିପଥ ଝଡ଼; ଅଖିଳେଶ-ଅନୁରାଗ କଥା କଟାକଟି

ସଂସଦରେ ଜାରି ରହିଛି ଅଗ୍ନିପଥ ଝଡ଼; ଅଖିଳେଶ-ଅନୁରାଗ କଥା କଟାକଟି

ନୂଆଦିଲ୍ଲୀ: ସଂସଦରେ ଏବେ ଅଗ୍ନିପଥ ଯୋଜନାକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଜାରି ରହିଥିବା ଦେଖିବାକୁ ମିଳିଛି । ଗତକାଲି ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ରାହୁଲ, ଏହି ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ, ବିରୋଧୀ ଦଳ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡା ଶବ୍ଦରେ ଜବାବ ଦେଇଥିଲେ । ତେବେ ଆଜି ପୁନର୍ବାର ଏହି ପ୍ରସଙ୍ଗରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ ଏବଂ ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ସେହିପରି ନିଟ୍ ପ୍ରଶ୍ନପତ୍ର ଲିକ୍‌, ଟ୍ରେନ୍ ଦୁର୍ଘଟଣା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଅଖିଳେଶ, କେନ୍ଦ୍ର ସରକାରଙ୍କୁ ଘେରିବା ଦେଖିବାକୁ ମିଳିଛି ।
ଅଖିଳେଶ ପ୍ରଥମେ ବଜେଟ୍ ସମ୍ପର୍କରେ ନିଜ ଆଭିମୁଖ୍ୟ ରଖି କହିଥିଲେ, ଏହା ଏକ ନିରାଶାଜନକ ବଜେଟ୍ । କେବଳ ସରକାରରେ ଥିବା ଲୋକମାନେ ଏହାକୁ ପ୍ରଶଂସା କରିବା ବ୍ୟତୀତ ଅନ୍ୟ ସମସ୍ତ ଜନସାଧାରଣ ଏହାକୁ ବେକାର ବଜେଟ୍ ବୋଲି ଅଭିହିତ କରୁଛନ୍ତି । ବେକାରୀ, ଯୁବଗୋଷ୍ଠୀ ଓ ଗାଁ ଲୋକଙ୍କ ପାଇଁ ଏହି ବଜେଟ୍‌ରେ କିଛି ନାହିଁ । ସେହିପରି ଉତ୍ତରପ୍ରଦେଶ ନାଗରିକଙ୍କୁ, ରାଜ୍ୟ ବିଜେପି ସରକାର ମେକ୍ ଇନ୍ ଇଣ୍ଡିଆ ସ୍ୱପ୍ନ ଦେଖାଇଥିଲେ । କିନ୍ତୁ ଉତ୍ତରପ୍ରଦେଶକୁ ଆଜି ଯାଏ କୌଣସି ବଡ଼ ପ୍ରକଳ୍ପ ମିଳିନଥିବା କହି ଅଖିଳେଶ ସରକାରଙ୍କୁ ତାତ୍ସଲ୍ୟ କରିଥିଲେ । ଏହି ଅବସରରେ ଅଖିଳେଶ, ସେନା ବାହିନୀରେ ୪ ବର୍ଷିଆ ନିଯୁକ୍ତି ସ୍କିମ୍ ଅଗ୍ନିପଥ ଯୋଜନା ସମ୍ପର୍କରେ କହିଥିଲେ । କୌଣସି ଯୁବଗୋଷ୍ଠୀ ସେନା ବାହିନୀରେ ମାତ୍ର ୪ ବର୍ଷ ପାଇଁ ଭର୍ତ୍ତି ହେବାକୁ କଠିନ ଅଭ୍ୟାସ କରିନଥାନ୍ତି । ୪ ବର୍ଷର ଚାକିରି ଶେଷ ହେବା ପରେ ସେମାନଙ୍କୁ (ଅଗ୍ନିବୀର) ଶିଳ୍ପପତିମାନେ ନିଯୁକ୍ତି ଦେବେ ବୋଲି କୁହାଗଲା । କିନ୍ତୁ ଏସବୁ ବାସ୍ତବିକତା ନୁହେଁ । ସରକାର ମଧ୍ୟ ବେଶ୍ ଭଲଭାବେ ଜାଣିଛନ୍ତି ଯେ ଏହା ଭଲ ଯୋଜନା ନୁହେଁ । ଖାସ୍ ଏହି କାରଣ ପାଇଁ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଉଛି । ତେବେ ଅଖିଳେଶଙ୍କ ଏହି ବିବୃତିକୁ ବିଜେପି ସାଂସଦ ଅନୁରାଗ ଠାକୁର ବିରୋଧ କରିଥିଲେ । ଅନୁରାଗ କହିଥିଲେ, ନରେନ୍ଦ୍ର ମୋଦୀ ସରକାର ହିଁ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ୱାନ୍ ର‌୍ୟାଙ୍କ ୱାନ୍ ପେନ୍‌ସନ୍ ବ୍ୟବସ୍ଥା ଲାଗୁ କରିଥିଲେ । ଅଗ୍ନିବୀରଙ୍କ ପାଇଁ ୧୦୦% ନିଯୁକ୍ତି ଗ୍ୟାରେଣ୍ଟୀ ରହିଛି । ତେବେ ସରକାର ଏହି ଯୋଜନାକୁ ଆହୁରି ବ୍ୟାପକ କରୁଛନ୍ତି । କିଛି ନଜାଣି ସଂସଦରେ ଅଗ୍ନିବୀର ଯୋଜନା ସମ୍ପର୍କରେ ଏପ୍ରକାର ବିଭ୍ରାନ୍ତିକର ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ଏହାର ଜବାବରେ ଅଖିଳେଶ ପୁନର୍ବାର କହିଥିଲେ “ସମ୍ଭବତଃ ସେ (ଅନୁରାଗ) ଏଥର ମନ୍ତ୍ରୀ ପଦ ପାଇ ନଥିବାରୁ ଏପରି ରାଗୁଛନ୍ତି । ସେ ତାଙ୍କ ମୁହଁରୁ ଯନ୍ତ୍ରଣା ପଢ଼ି ପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking