34.1 C
Bhubaneswar
Tuesday, April 1, 2025
Homeଓଡିଶାପ୍ରକାଶ ପାଇଲା ଶ୍ରୀମନ୍ଦିର ପର୍ବପର୍ବାଣିର ଚୂଡ଼ାନ୍ତ ତାଲିକା

ପ୍ରକାଶ ପାଇଲା ଶ୍ରୀମନ୍ଦିର ପର୍ବପର୍ବାଣିର ଚୂଡ଼ାନ୍ତ ତାଲିକା

ପୁରୀ :ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା  ପ୍ରକାଶ ପାଇଛି । ଜାରି ତାଲିକାରେ ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି । ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ। ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ । ‌‌ମେ ୧୯ରେ ଭଉଁରି ଯାତ୍ରା, ଜୁନ୍‌ ୧୧ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଜୁନ ୨୭ରେ ରଥଯାତ୍ରା ଅନୁଷ୍ଠିତ ହେବ ।

ଚୂଡ଼ାନ୍ତ ଅନ୍ୟ ପର୍ବପର୍ବାଣି ଅନୁଯାୟୀ, ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି, ୨୨ ତାରିଖରେ ରାମାଭିଷେକ, ୨୭ ତାରିଖରେ ଋକ୍ମିଣୀ ଅମାବାସ୍ୟା, ମେ ୫ ତାରିଖରେ ନୀଳାଦ୍ରି ମହୋଦୟାଷ୍ଟମୀ, ୮ ତାରିଖରେ ମୋହିନୀ ଏକାଦଶୀ, ୧୧ ତାରିଖରେ ନୃସିଂହ ଜନ୍ମ, ୧୯ ତାରିଖରେ ଜଳକ୍ରୀଡ଼ା ଏକାଦଶୀ, ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା, ୩୧ ତାରିଖରେ ଶିବ ବିବାହ, ଜୁନ ୧ ତାରିଖରେ ଶୀତଳ ଷଷ୍ଠୀ, ୫ ତାରିଖରେ ରାଜେନ୍ଦ୍ରାଭିଷେକ ଓ ସୁଦଶା ବ୍ରତ, ୬ରେ ଋକ୍ମିଣୀହରଣ ଏକାଦଶୀ, ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା, ୭ ତାରିଖରେ ଚମ୍ପକ ଦ୍ବାଦଶୀ, ୯ ତାରିଖରେ ଶ୍ରୀମନ୍ଦିରରେ ଦଇତାପତି ପ୍ରବେଶ, ୧୦ ତାରିଖରେ ସେନାପଟା ଲାଗି ଓ ଚତୁର୍ଥୀ ହୋମ, ୧୧ ତାରିଖରୁ ଅଣସର ନୀତି ଆରମ୍ଭ, ୧୫ ତାରିଖରେ ରଜ ସଂକ୍ରାନ୍ତି, ୨୦ ତାରିଖରେ ମହାପ୍ରଭୁଙ୍କ ଚକାବିଜେ ନୀତି, ୨୧ ତାରିଖରେ ଅଣସର ଏକାଦଶୀ ଓ ଖଳିଲାଗି, ୨୨ ତାରିଖରେ ଅଣସର ଦ୍ବାଦଶୀ ଓ ରାଜପ୍ରସାଦ ବିଜେ, ୨୩ ତାରିଖରେ ଅଣସର ତ୍ରୟୋଦଶୀ ଓ ଘଣାଲାଗି, ୨୫ ତାରିଖରେ ଅମାବାସ୍ୟା ଓ ବନକଲାଗି ପରେ ୨୬ ତାରିଖରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ଜୁନ ୨୬ ତାରିଖରେ ରଥ ଆଜ୍ଞାମାଳ ବିଜେ ପରେ ୨୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ।

 

ଜୁଲାଇ ୧ ତାରିଖରେ ହେରାପଞ୍ଚମୀ, ୪ ତାରିଖରେ ସଂଧ୍ୟାଦର୍ଶନ, ୫ ତାରିଖରେ ବାହୁଡ଼ା ଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରପଣା, ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ଜୁଲାଇ ୨୧ ତାରିଖରେ କାମଦା ଏକାଦଶୀ, ୨୪ ତାରିଖରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୩ରେ ବାଡ଼ି ନୃସିଂହ ବିଜେ, ୪ ତାରିଖରେ ଝୁଲଣ ଯାତ୍ରା ଆରମ୍ଭ, ୯ ତାରିଖରେ ବଳଭଦ୍ର ଜନ୍ମ, ୧୩ ତାରିଖରେ ରାହୁରେଖା ଲାଗି, ୧୫ ତାରିଖରେ ଜନ୍ମାଷ୍ଟମୀ ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ହେବ, ୨୭ ତାରିଖରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୪ ତାରିଖରେ ବାମନ ଜନ୍ମ ଓ ସୁନିଆଁ, ଅକ୍ଟୋବର ୨ ତାରିଖରେ ଦଶହରା, ୩ରେ ରାଧାଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ୭ ତାରିଖରେ କୁମାର ପୂର୍ଣ୍ଣିମା, ୩୧ ତାରିଖରେ ଅଁଳା ନବମୀ, ନଭେମ୍ବର ୨ ତାରିଖରେ  ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୩ ତାରିଖରେ ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ୪ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ପ୍ରଥମାଷ୍ଟମୀ, ୧୯ରୁ ଦେବ ଦୀପାବଳି ଆରମ୍ଭ, ୨୬ରେ ଓଢ଼ଣି ଷଷ୍ଠୀ, ଡିସେମ୍ବର ୧୬ ତାରିଖରେ ଧନୁସଂକ୍ରାନ୍ତି ଓ ପହିଲି ଭୋଗ ଆରମ୍ଭ, ୨୦ ତାରିଖରେ ବକୁଳ ଅମାବାସ୍ୟା ଅନୁଷ୍ଠିତ ହେବ । ୨୦୨୬ ମସିହା ଜାନୁଆରି ୩ ତାରିଖରେ ଦେବାଭିଷେକ ଓ ପୁଷ୍ୟାଭିଷେକ ପୂର୍ଣ୍ଣିମା, ୧୩ ତାରିଖରେ ନବାଙ୍କ ବେଶ, ୨୧ ତାରିଖରେ ଶ୍ରୀଜିଉଙ୍କ ପଦ୍ମବେଶ, ୨୩ ତାରିଖରେ ବସନ୍ତ ପଞ୍ଚମୀ ଓ ରଥକାଠ ଅନୁକୂଳ ପୂଜା, ଫେବ୍ରୁଆରୀ ୧ ତାରିଖରେ ଗଜ ଉଦ୍ଧାରଣ ବେଶ, ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ, ୧୫ ତାରିଖରେ ମହାଶିବରାତ୍ରୀ, ମାର୍ଚ୍ଚ ୩ ତାରିଖରେ ଦୋଳପୂର୍ଣ୍ଣିମା ଓ ଶ୍ରୀଜିଉଙ୍କ ରାଜାଧିରାଜ ବେଶ, ୪ ତାରିଖରେ ହୋଲି, ୨୭ ତାରିଖରେ ଶ୍ରୀରାମ ନବମୀ, ଏପ୍ରିଲ ୧୨ ତାରିଖରେ ରାମାଭିଷେକ ନୀତି ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking