16.1 C
Bhubaneswar
Sunday, December 21, 2025
Homeମନୋରଞ୍ଜନବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି

ନୂଆଦିଲ୍ଲୀ : ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳକୀ-୨୮୯୮ ଏଡି । ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ ଗତ ଗୁରୁବାର ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ଦେଶର ବିଭିନ୍ନ ସହରରେ କଳକୀର କ୍ରେଜ୍‌ ଜବରଦସ୍ତ ରହିଛି, ଯାହାର ପ୍ରଭାବ ଫିଲ୍ମର ଆୟ ଉପରେ ମଧ୍ୟ ପଡ଼ିଛି। ପ୍ରଥମ ଦିନରେ ଫିଲ୍ମଟି ଅନେକ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏମିତି କି ପ୍ରଭାସ ନିଜର ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏବେ ରିଲିଜର ୫ଦିନ ମଧ୍ୟରେ ଫିଲ୍ମର ଆୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫିଲ୍ମର ବଜେଟ ୬୦୦କୋଟି ଥିବା ବେଳେ ଏବେ ଏହାର ଆୟ ବଜେଟକୁ ଅତିକ୍ରମ କରିଯାଇଛି। ସୂଚନା ମୁତାବକ, ସୋମବାରର ଆୟକୁ ମିଶାଇ ଫିଲ୍ମଟି ୬୩୫କୋଟି ଟଙ୍କା ଆୟ କରିଛି। ସୂଚନା ଅନୁଯାୟୀ, କଳକୀ-୨୮୯୮ ଏଡି ସୋମବାର ଦିନ ଭାରତରେ ୩୪.୬ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା। ବିଶ୍ବ ସ୍ତରରେ ଫିଲ୍ମଟି ୫୦କୋଟିରୁ ଅଧିକ ଆୟ କରିଥିବା ବେଳେ ଏହାର ମୋଟ ସଂଗ୍ରହ ୬୩୫କୋଟିରୁ ଅଧିକ ହୋଇଛି। ଦିନ ବଢ଼ିବ‌ା ସହ ଫିଲ୍ମର ଆୟ ବଢ଼ୁଥିବାରୁ ଫିଲ୍ମଟି ଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking