19.1 C
Bhubaneswar
Sunday, December 21, 2025
Homeବଲିଉଡବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳ୍କି ୨୮୯୮ ଏଡି

ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ କଳ୍କି ୨୮୯୮ ଏଡି

ମୁମ୍ବାଇ : ବହୁ ପ୍ରତକ୍ଷିତ ଫିଲ୍ମ କଳ୍କି ୨୮୯୮ ଏଡି ଗତ ଗୁରୁବାର ଦିନ ମୁକ୍ତିଲାଭ କରିଛି । ସାଉଥ୍ ସୁପରଷ୍ଟାର ପ୍ରଭାସ, ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ବକ୍ସ ଅଫିସରେ ଏହା ଧମାଲ କରୁଛି । ତେବେ ଏକ୍ସରେ ଲୋକେ ଆଜି ହିଁ ଏହି ଚଳଚ୍ଚିତ୍ରକୁ ବ୍ଲକବଷ୍ଟର ଘୋଷଣା କରି ଦେଇଛନ୍ତି। ଏପରିକି କିଛି ଦର୍ଶକ ପ୍ରଭାସଙ୍କୁ ସମଗ୍ର ଦୁନିଆର ସର୍ବୋତ୍ତମ ତାରକା ବୋଲି କହିଛନ୍ତି। ତେବେ ଏହି ମୁଭିକୁ ଦେଖିବାକୁ ସିନେମାଘରେ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି । ଯାହାଫଳରେ ଫିଲ୍ମଟି ବକ୍ସ ଅଫିସରେ କମାଲ ପଦର୍ଶନ କରିବା ସହ ପ୍ରଥମ ଦିନରେ ହିଁ ରେକର୍ଡ ଭାଙ୍ଗିଛି । ନାଗ ଅଶ୍ଵିନ ନିର୍ଦେଶିତ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ଵରେ ପ୍ରାୟ ୮୫୦୦ ପରଦାରେ ରିଲିଜ୍ କରାଯାଇଛି। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ସ୍ତରର ଉତ୍ସାହ ଦେଖିବାକୁ ମିଳୁଛି। ‘କଳ୍କି ୨୮୯୮ ଏଡି’ ବିଷୟରେ ଜଣେ ଦର୍ଶକ କହିଛନ୍ତି, ”ଏହି ଚଳଚ୍ଚିତ୍ର ଇତିହାସ ଏବଂ ଭବିଷ୍ୟତର ଏକ ସୁନ୍ଦର ସଙ୍ଗମ। ଏଥିରେ ମହାଭାରତ ଏବଂ ଭବିଷ୍ୟତକୁ ଏକତ୍ର ପ୍ରଦର୍ଶିତ କରାଯାଇଛି। ଯାହାକୁ ଦେଖି ବହୁତ ମଜା ଆସୁଛି। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଆକ୍ସନ ପ୍ରଶଂସନୀୟ।” ଆଉ କେତେକ ଦର୍ଶକ ଏହା ହଲିଉଡ଼କୁ ଟକ୍କର ଦେଲା ଭଳି ଚଳଚ୍ଚିତ୍ର ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ, ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସରେ ୯୫ କୋଟି ଟଙ୍କା ଆୟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking