24.1 C
Bhubaneswar
Friday, February 6, 2026
Homeଓଡିଶାନାରୀ ସମାଜର ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ: ବିଜେଡି

ନାରୀ ସମାଜର ସମ୍ମାନ ରକ୍ଷା ପାଇଁ ଲଢ଼େଇ ଜାରି ରହିବ: ବିଜେଡି

– ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ମହିଳା ଥାନା ଭୁବନେଶ୍ୱରରେ ଏତଲା ଦାୟର
ଭୁବନେଶ୍ୱର: ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ ପାଇଁ ଏକ ଲଜ୍ଜାକର ଘଟଣା ଅଟେ । ଶ୍ରୀ ଖଟୁଆଙ୍କ ବକ୍ତବ୍ୟକୁ ବିରୋଧ କରି ଡ଼ ସାମନ୍ତସିଂହାର ଆଜି ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଶ୍ରୀ ଖଟୁଆଙ୍କ ବିରୋଧରେ ଏତଲା ଦାୟର କରିଥିଲେ । ତାଙ୍କ ସହିତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ କ୍ୟାପଟେନ ମନ୍ମଥ ରାଉତରାୟ, ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ପ୍ରିୟବ୍ରତ ମାଝୀ, ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ଶ୍ରୀମତୀ ଇପ୍ସିତା ସାହୁ, ସୋଫିଆ ଆଲାମ୍‌, ଶ୍ରୀ ଅରୂପ ଶ୍ରୀଚନ୍ଦନ, ଶ୍ରୀ ନାରାୟଣ ଜେନା, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀ ଅଂଶୁ ତ୍ରିପାଠୀ, ଶ୍ରୀମତୀ ଭାରତୀ ସିଂ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ଇଲା ସ୍ୱାଇଁ, ଶ୍ରୀମତୀ ମହାମାୟା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking