ତେଲେଙ୍ଗାନା : ପ୍ରେମିକାକୁ ଅଲଗା କରିବାକୁ ଚେଷ୍ଟା କରୁଥିଲା ବାପା । ତେଣୁ ରାଗରେ ଏମିତି କାଣ୍ଡ ଘଟାଇଲା ପ୍ରେମିକ । ଗାର୍ଲଫ୍ରେଣ୍ଡକୁ ବିଦେଶ ପଠାଇ ଦେବାରୁ ରାଗି ଯାଇ ପ୍ରେମିକା ବାପାଙ୍କ ଉପରକୁ କଲା ଗୁଳିମାଡ଼ କଲା ପ୍ରେମିକ। ଏଭଳି କିଛି ଘଟଣା ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ । ଏହି ଘଟଣାରେ ପୋଲିସ ପ୍ରେମିକକୁ ଗିରଫ କରିଛି । ଖବର ମୁତାବକ, ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ବଲବିନ୍ଦର ସିଂହ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଏହାକୁ ଭାଙ୍ଗିବା ପାଇଁ ଯୁବତୀଙ୍କ ବାପା ପାଠ ପଢିବା ପାଇଁ ଆମେରିକା ପଠାଇ ଦେଇଥିଲେ । ଏହା ଜାଣିବା ପରେ ରାଗି ଯାଇଥିଲା ବଲବିନ୍ଦର ।
ରବିବାର ପ୍ରେମିକାର ବାପାଙ୍କୁ ଭେଟିବା ପାଇଁ ବଲବିନ୍ଦର ସେ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା । ତେବେ ଗାର୍ଲଫ୍ରେଣ୍ଡର ବାପା ଓ ବଲବିନ୍ଦର ଭିତରେ ଏହାକୁ ନେଇ ବେଶ୍ ଯୁକ୍ତିତର୍କ ହୋଇଥିଲା । ପରେ ରାଗିଯାଇ ବଲବିନ୍ଦର ପ୍ରେମିକାର ବାପାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ବଲବିନ୍ଦର ହାତରେ ଏୟାର ଗନ୍ ଧରି ବିଲଡିଂକୁ ପ୍ରବେଶ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିନ୍ତୁ ବିଏନଏସର ଧାରା ୧୦୯ (ହତ୍ୟା ଉଦ୍ୟମ) ଅନୁଯାୟୀ ମାମଲା ରୁଜୁ ହେବା ପରେ ପୋଲିସ ବଲବିନ୍ଦରକୁ ଗିରଫ କରିଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ଆହତ ହୋଇଥିବା ପ୍ରେମିକାଙ୍କ ବାପା ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।