ଯାଜପୁର: ନବଜାତ ଶିଶୁକନ୍ୟାକୁ ପୋଖରୀରେ ଫିଙ୍ଗିଦେଲା ବାପା । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ସୁକିନ୍ଦା ଥାନା ଅଧିନସ୍ଥ ବଞ୍ଜା ଗାଁର ମାନସ ବଳ, ଗୁରୁବାର ସନ୍ଧ୍ୟାରେ କୁନି ଝିଅଟିକୁ ନେଇ ଗୋଲା ଗାଁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ । ଆଜି ସ୍ଥାନୀୟ ଲୋକେ ଦେଖି ସନ୍ଦେହ କରିବା ସହ ମାନସଙ୍କୁ ଅଟକ ରଖି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛନ୍ତି । ଏନେଇ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁକନ୍ୟାର ମୃତଦେହ ଶବବ୍ୟବଚ୍ଛେଦ ହୋଇଛି । ଅନ୍ୟପଟେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ପିଲାଟି ଡିସଚାର୍ଜ ବେଳେ ସୁସ୍ଥ ଥିଲା । ପୋଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ କଳିଙ୍ଗନଗର ପୋଲିସ ତଦନ୍ତ କରୁଛି ।









