ନୂଆଦିଲ୍ଲୀ: ଆଗ୍ରାରେ ବିବାହ ପରେ ପୁଅ ନବବଧୂଙ୍କୁ ଧରି ଘରେ ପହଞ୍ଚିଥିଲା । ଘରେ ନୂଆବୋହୂର ଚାଲି ଦେଖି ଶ୍ୱଶୁର ରାଗି ଯାଇଥିଲେ । ତାଙ୍କ ସହିତ ଧୋକା ହୋଇଥିବ?ା କହି ସେ ନବବଧୂଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ପରିବାର ପରାମର୍ଶ କେନ୍ଦ୍ରର କାଉନସଲର ଡାକ୍ତର ଅନୁରାଗ ପାଲିବାଲ ଏହି ଘଟଣାକୁ ନେଇ କହିଛନ୍ତି, ‘ବର କୌଣସି କାମ କରେ ନାହିଁ । ବର ଓ କନ୍ୟା ଉଭୟଙ୍କ ବାପା ସେନାରୁ ଅବସରପ୍ରାପ୍ତ । କନ୍ୟାର ବାପା ଝିଅ ବାହାଘରକୁ ଧୁମଧାମରେ କରିବା ପାଇଁ ଟଙ୍କାକୁ ପାଣିଭଳି ଖର୍ଚ୍ଚ କରି ଦେଇଥିଲେ । ନବବଧୂର ଚାଲିବାରେ କୌଣସି ଅସୁବିଧା ନାହିଁ । ତାଥାପି ତାଙ୍କ ଶ୍ୱଶୁର ନବବଧୂଙ୍କୁ ଦିବ୍ୟାଙ୍ଗ କହି ଘରୁ ବହାର କରି ବାପ ଘରକୁ ପଠାଇ ଦେଇଛନ୍ତି । ଏମିତି କି ଶାଶୁଘର ଲୋକ ନବବଧୂଙ୍କ ସହିତ କେ?ଣସି ପ୍ରକାର ଯୋଗାଯୋଗ ରଖିବାକୁ ଚାହୁଁନାହାନ୍ତି । ସେମାନଙ୍କ କହିବାନୁସାରେ, ବଧୂର ଚାଲିବାରେ ଅସୁବିଧା ଅଛି କହି ତାଙ୍କ ଘର ଲୋକ ଜଣାଇ ନଥିଲେ । ଏହି ଅସୁବିଧାକୁ ଲୁଚାଇ ସେମାନେ ବିବାହ କରାଯାଇ ଦେଇଛନ୍ତି । ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଉଭୟ ପକ୍ଷଙ୍କୁ ଡକାଇ ପଚରାଉଚରା ଜାରି ରଖିଛି । ବର ଓ କନ୍ୟା ଉଭୟ ପକ୍ଷଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ କିଛି ପଦକ୍ଷେପ ନେଇ ପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ।