19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶକମଲା ହାରିସ ଏବଂ ଟ୍ରମ୍ପଙ୍କ ଭାଗ୍ୟ ଏହି ରାଜ୍ୟମାନଙ୍କ ହାତରେ ରହିଛି

କମଲା ହାରିସ ଏବଂ ଟ୍ରମ୍ପଙ୍କ ଭାଗ୍ୟ ଏହି ରାଜ୍ୟମାନଙ୍କ ହାତରେ ରହିଛି

ବ୍ୟୁରୋ  : ଆମେରିକାରେ ଲୋକମାନେ ସେମାନଙ୍କର ୪୭ତମ ରଷ୍ଟ୍ରପତି ଚୟନ କରିବେ । ଆମେରିକା ନିର୍ବାଚନରେ  ହ୍ୱାଇଟ ହାଉସରେ କିଏ ବସିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଆମେ  ଆମେରିକାର ରାଜନୈତିକ ବ୍ୟବସ୍ଥାକୁ ଦେଖିବା ଏଠାରେ ରାଷ୍ଟ୍ରପତି ଲୋକପ୍ରିୟ  ଭୋଟ ଦ୍ୱାରା ନୁହେଁ ବରଂ  ଏକ ଭିନ୍ନ ଉପାୟରେ ନିର୍ବାଚିତ ହୁଅନ୍ତି । ଏହାକୁ ଇଲେକ୍ଟୋରାଲ କଲେଜ କୁହାଯାଏ ।  ଆମେରିକାରେ ୫୦ ଟି ରାଜ୍ୟ ରହିଛି ।  ଜନସଂଖ୍ୟା ଆଧାରରେ  ପ୍ରତ୍ୟକ ରାଜ୍ୟକୁ  ନିର୍ବାଚନ କଲେଜ ବଣ୍ଟନ କରାଯାଇଛି ।  ରଷ୍ଟ୍ରପତି ହେବାକୁ ଜଣେ ପ୍ରାର୍ଥୀଙ୍କୁ ଅତିକମରେ ୨୭୦ ଭୋଟ ପାଇବା ଆବଶ୍ୟକ । ୨୦୨୪ ନିର୍ୱାଚନରେ ଏହି ୭ଟି ରାଜ୍ୟ ନିର୍ଣ୍‌ାୟକ କରାଯାଉଛି । ରାଜ୍ୟଗୁଡିକ ହେଲା ଆରିଜୋନା, ଜର୍ଜିଆ, ମିଚିଗାନ, ପେନସିଲଭାନିଆ, ଫ୍ୱିସ୍କନ୍ସିନ୍ , ନେଭୋଡା ଏବମ ମିନେସୋଟା । ତେବେ  ପ୍ରାୟ ସମସ୍ତ ରାଜ୍ୟରେ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ ଏକ କଠୋର ପ୍ରତିଯାଗିତା ଦେଖାଯାଉଛି ।  ଆରିଜୋନାରେ ମତଦାନ ହାରାହାରି ସୂଚିତ କରେ ଯେ ଉଭୟ ପ୍ରାର୍ଥୀ ବନ୍ଧା ହେଇଛନ୍ତି ।  ପେନସିଲଭାନିଆରେ ମଧ୍ୟ  ଏହି ମାମଲା ସ୍ଥଗିତ ରହିଛି । ମିନେସୋଟା ହେଉଛି ଏକମାତ୍ର ସ୍ୱିଙ୍ଗ ରାଜ୍ୟ  ଯେଉଁଠାରେ କମଲା ହାରିସ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ୫ରୁ ୮ ପଏଣ୍ଟରେ ଅଧିକ ଅଛନ୍ତି ।
ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ ଫ୍ଲୋରିଡା ଏକ ସ୍ୱିଙ୍ଗ ରାଜ୍ୟ ଭାବେ ବିବେଚନା କରାଯାଏ ।  କିନ୍ତୁ ସାମ୍ପ୍ରତ୍ତିକ ସମୟରେ ଫ୍ଲୋରିଡାଠାରେ  ରିପବ୍ଲିକାନ ପାର୍ଟିର  ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣି ଫ୍ଲୋରିଡା ବର୍ତ୍ତମାନ ଏକ ସ୍ୱିଙ୍ଗ ରାଜ୍ୟ ଅପେକ୍ଷା ରିପବ୍ଲିକାନ ଭାବରେ ପରିଗଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking