25.1 C
Bhubaneswar
Saturday, February 7, 2026
Homeଓଡିଶାଜମି ପ୍ରମାଣ ପତ୍ର ପାଇଥିବା ପରିବାର ଜବରଦଖଲକାରୀ ନୁହଁନ୍ତି

ଜମି ପ୍ରମାଣ ପତ୍ର ପାଇଥିବା ପରିବାର ଜବରଦଖଲକାରୀ ନୁହଁନ୍ତି

ଭୁବନେଶ୍ୱର: ଆଇନଗତ ଅଧିକାର, ମାନବିକ ଅଧିକାର ଏଵଂ ସାମ୍ବିଧାନିକ ଅଧିକାର ଆଦିକୁ ଉପେକ୍ଷା କରି କୌଣସି ବିକାଶ ମୂଳକ ଯୋଜନା ଆଇନର ଶାସନ ମଧ୍ୟରେ ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ମାନବିକ ଅଧିକାର କମିଶନ ଏକ ଉଲ୍ଲେଖଯୋଗ୍ୟ ଆଦେଶ ରେ କହିଛନ୍ତି lଭୁବନେଶ୍ବର ର ଆଠ ନମ୍ୱର ସ୍ଥିତ ନାରାୟଣୀ ବସ୍ତି ର ବାସିନ୍ଦା ମାନେ ଭୂମି ଅଧିକାର ପାଇଥିଲେ ମଧ୍ଯ ସେମାନଙ୍କୁ ବଳପୂର୍ବକ ଉଚ୍ଛେଦ ନୋଟିସ ବିରୁଦ୍ଧ ରେ ହୋଇଥିବା ଏକ ମାମଲାର ଶୁଣାଣି କରି କମିଶନର ଅଧ୍ୟକ୍ଷ ବିଚାରପତି ଶତୃଘ୍ନ ପୂଜାହାରି ଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ପକ୍ଷ ରୁ ଏହି ଆଦେଶ ଦିଆଯାଇଛି ।

ବଟକୃଷ୍ଣ ରାଉତ, ସୋନି ନାଏକ, କୁସୁମ ନାଏକ ଆଦି ପଚାଶ ରୁ ଉର୍ଦ୍ଧ୍ବ ନାରାୟଣୀ ବସ୍ତି ବାସିନ୍ଦା ଙ୍କ ପକ୍ଷରୁ ଆଗତ ଏହି ମାମଲାର ବିବରଣୀରୁ ପ୍ରକାଶ ଯେ -ବସ୍ତି ବାସିନ୍ଦା ମାନେ ଦୀର୍ଘ ବର୍ଷ ଧରି ନାରାୟଣ ବସ୍ତିରେ ବସବାସ କରି ଆସୁଛନ୍ତି ,ଓଡ଼ିଶା ମହାନଗର ନିଗମ ଆଇନର ପରିଛଦ xxi ଅନୁସାରେ ଏହି ବସ୍ତି “ଟେନେବୁଲ” ଘୋଷଣା କରାଯାଇ 2024ମସିହାରେ ଭୁବନେଶ୍ୱର ମହାନଗର ନିଗମ (BMC) ଦ୍ୱାରା ଅଭିଯୋଗକାରୀମାନଙ୍କୁ Land Rights Certificate (LRC) ପ୍ରଦାନ କରାଯାଇଥିଲା। 2025 ମସିହାରେ କିଛି ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ଅନୁରୋଧକ୍ରମେ ଭୁବନେଶ୍ବର ସାଂସଦ ଙ୍କ ପକ୍ଷରୁ କୁହାଗଲା ଯେ ଏଠି ଖାଲି ଜମି ରହିଛି ଓ ସେଠି ଏକ ପ୍ରମୋଦ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଗଲା l ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ରୁ ଏ ସମ୍ପର୍କ ରେ ପତ୍ର ପାଇବା ପରେ BMC ଦ୍ୱାରା ଉଚ୍ଛେଦ ନୋଟିସ ଜାରି କରାଯାଇଥିଲା, ଯଦିଓ ଜମିଟି ଖାଲି ନାହିଁ ଏବଂ ସେଠାରେ LRC ପାଇଥିବା ବସ୍ତି ବାସିନ୍ଦl ବସବାସ କରୁଛନ୍ତି।

ଅଭିଯୋଗକାରୀମାନେ ଦାବି କରିଥିଲେ ଯେ LRC ପ୍ରଦାନ ପରେ ସେମାନଙ୍କର ଆଇନଗତ ଅଧିକାର ସୃଷ୍ଟି ହୋଇଛି ଏବଂ 2013 ମସିହାର ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଯଥୋଚିତ ପ୍ରକ୍ରିୟା, କ୍ଷତିପୂରଣ ଓ ପୁନର୍ବାସ ବିନା କୌଣସି ଉଚ୍ଛେଦ ଅବୈଧ। ସେମାନେ ଏହାକୁ ମାନବାଧିକାର ଉଲ୍ଲଂଘନ, ବିଶେଷକରି ବଞ୍ଚିବାର ଅଧିକାର ଓ ଆଶ୍ରୟ ର ମୌଳିକ ଅଧିକାର ଓ ମର୍ଯ୍ୟାଦାର ଅଧିକାର (ସଂବିଧାନ ଧାରା -21) ର ଉଲ୍ଲଂଘନ ବୋଲି ଦାବି କରିଥିଲେ।
କମିଶନଙ୍କ ନୋଟିସ ପାଇବା ପରେ BMC ଦାବି କରିଥିଲେ ଯେ ପ୍ରସ୍ତାବିତ ପାର୍କ ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ଓ ଉଚ୍ଛେଦ ପରେ ପୁନର୍ବାସ ଅନ୍ୟତ୍ର ବ୍ୟବସ୍ଥା କରାଯିବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁନିସିପାଲ ଡ଼ାଇରେକ୍ଟର ମଧ୍ୟ ଦାଖଲ କରିଥଲେ ।

ରାଜ୍ୟ ନଗର ଉନ୍ନୟନ ବିଭାଗ, ବି ଏମ୍ ସି ଓ ବି ଡି ଏ ପକ୍ଷରୁ ଲିଖିତ ରିପୋର୍ଟ ବ୍ୟତୀତ ବି ଏମ୍ ସି ପକ୍ଷରୁ ଏହାର ଆଡଭୋକେଟ ମଧ୍ଯ ମୌଖିକ ଯୁକ୍ତି ଉପସ୍ଥାପନ କରିଥଲେ ।
ସବୁ ପକ୍ଷ ଙ୍କ ଯୁକ୍ତି ଓ ଲିଖିତ ଅଭିଯୋଗ ଓ ରିପୋର୍ଟ ଅନୁଧ୍ୟାନ କରି
ଆୟୋଗ କହିଛନ୍ତି ଯେ —
LRC ପ୍ରଦାନ ଫଳରେ ଅଭିଯୋଗକାରୀମାନେ ଆଇନଗତ ଭୂମି ଅଧିକାର ଲାଭ କରିଛନ୍ତି। ଏଣୁ ଏଭଳି କ୍ଷେତ୍ରରେ
କୌଣସି ଉଚ୍ଛେଦ ପୂର୍ବରୁ ଯଥୋଚିତ ପ୍ରକ୍ରିୟା, ସାମାଜିକ ପ୍ରଭାବ ମୂଲ୍ୟାୟନ ଓ ପୁନର୍ବାସ ଆବଶ୍ୟକ। ଏଥି ସହ ପାର୍କ ନିର୍ମାଣ ଏକ ସାର୍ବଜନୀନ ଉଦ୍ଦେଶ୍ୟ ହେବ କି ନାହିଁ ସେ ସମ୍ପର୍କ ରେ ସମୀକ୍ଷା ପାଇଁ ମଧ୍ଯ କମିଶନ ନଗର ଉନ୍ନୟନ ବିଭାଗ ଓ ବି ଏମ୍ ସି କୁ ନିର୍ଦ୍ଦେଶ ଦେଇଛନ୍ତି l ଏଥି ସହ ବଳପୂର୍ବକ ଉଚ୍ଛେଦ ମାନବାଧିକାର ଉଲ୍ଲଂଘନ ହେବ ବୋଲି ମଧ୍ଯ କମିଶନ ସ୍ପଷ୍ଟ କରିଦେଇଛନ୍ତି

ଜମି ପ୍ରମାଣ ପତ୍ର ପାଇଥିବା ପରିବାର ଜବରଦଖଲ କାରୀ ନୁହଁନ୍ତି, ସେମାନଙ୍କୁ କୌଣସି ବିସ୍ଥାପନ ପୂର୍ବରୁ ଅଧିଗ୍ରହଣ ଆଇନ, 2013 ର ସମ୍ପୂର୍ଣ୍ଣ ପାଳନ ଅନିର୍ବାର୍ଯ ବୋଲି କମିଶନ ଆଦେଶ ଦେଇଛନ୍ତି । ପାର୍କ ପ୍ରସ୍ତାବର ପୁନଃସମୀକ୍ଷା କରିବା ପାଇଁ ମଧ୍ଯ କମିଶନ ଆ ଦେଶ ଦେଇଛନ୍ତି। BMC, BDA ଓ ସମ୍ପୃକ୍ତ ବିଭାଗମାନେ 45 ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ଆୟୋଗକୁ ଦାଖଲ କରିବେ ବୋଲି ଏହି ଆଦେଶ ରେ କୁହାଯାଇଛି ।

ଓଡ଼ିଶା ମାନବାଧିକାର ଆୟୋଗ ଙ୍କ ଏହି ଆଦେଶ ବସ୍ତି ବାସିନ୍ଦାଙ୍କ ର ଏକ ବଡ ଆଇନଗତ ବିଜୟ ବୋଲି ବସ୍ତି ସୁରକ୍ଷା ମଞ୍ଚ ସଭାପତି ହେନl ଓ ସଧାରଣ ସମ୍ପାଦିକା ପ୍ରମିଳା ପ୍ରକାଶ କରିଛନ୍ତି ଏବଂ ଆଇନ ର ଶାସନ ରେ ବୁଲଡୋଜର ଶାସନ ର ସ୍ଥାନ ନାହିଁ ବୋଲି ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking