28.1 C
Bhubaneswar
Monday, November 18, 2024
Homeଓଡିଶାଶିଶୁକନ୍ୟାର ଚକ୍ଷୁ ଦାନ କଲେ ପରିବାର ଲୋକ

ଶିଶୁକନ୍ୟାର ଚକ୍ଷୁ ଦାନ କଲେ ପରିବାର ଲୋକ

କେନ୍ଦ୍ରାପଡ଼ା:  ୨ ବର୍ଷ ୭ ମାସ ଶିଶୁକନ୍ୟାର ଚକ୍ଷୁ ଦାନ। ନିଜ ଝିଅର ଅକାଳ ମୃତ୍ୟୁ ପରେ ତା’ ଆଖି ଦାନ କରିଛନ୍ତି ପରିବାର ଲୋକ। କେନ୍ଦ୍ରାପଡା କପାଳେଶ୍ଵର ପଞ୍ଚାୟତ ଗରାପୁର ଗାଁ ରୁ ଆସିଛି ଏହି ଖବର l ଗାଁର କୃଷ୍ଣଚନ୍ଦ୍ର ନାୟକ ଓ ଝରଣା ସାହୁଙ୍କ ଦୁଇ ବର୍ଷ ୭ ମାସର ଝିଅ ପ୍ରତ୍ୟୁଷା ପ୍ରିୟଦର୍ଶିନୀ । ମା ସହ ମହାକାଳପଡ଼ା କେୟାରବାଙ୍କ ସ୍ଥିତ ମାମୁଁଘରକୁ ବୁଲି ଯାଇଥିଲା l ରବିବାର ସନ୍ଧ୍ୟାରେ ପିଲାମାନଙ୍କ ସହ ଖେଳୁଥିବା ବେଳେ ତାର ଆଈ ମା ତାକୁ ଘରକୁ ନେଇ ଆସିଥିଲେ l ଜିଦି କରି କାନ୍ଦି ଉଠିଥିଲା l କିଛି ସମୟ ପରେ ଝିଅର ରାହା ଫେରିନଥିଲା l ପରିବାର ଲୋକେ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l କିନ୍ତୁ ସେଠାରେ ଡ଼ାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ l ଝିଅର ଏମିତି ଅକାଳ ମୃତ୍ୟୁରେ ଭାଙ୍ଗି ପଡିଥିଲେ ସମସ୍ତେ। ଏହାରେ ଭିତରେ ତା ସ୍ମୃତିକୁ ମନେ ରଖିବାକୁ ଚକ୍ଷୁ ଦାନ କରିବାକୁ ନେଇଥିଲେ ନିଷ୍ପତ୍ତି। ଏହାଦ୍ୱାରା ତାଙ୍କ ଝିଅ ପୁଣିଥରେ ଜୀଇଁ ଉଠିବ ବୋଲି କୋହଭରା କଣ୍ଠରେ କହିଛନ୍ତି କୃଷ୍ଣଚନ୍ଦ୍ର ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking