32.1 C
Bhubaneswar
Wednesday, October 16, 2024
Homeଓଡିଶାମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ

ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଠାରେ ଘଟିଛି ଅଭାବନୀୟ ଘଟଣା । ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ଜଣେ ମଦ୍ୟପ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ୧୩୨ କେଭି ବିଦ୍ୟୁତ ଖୁଣ୍ଟି ଉପରେ ଚଢିଥିଲେ । ସେଠାରୁ ଜଳି ଜଳି ତଳେ ପଡ଼ି ଅଳ୍ପକେ ବଞ୍ଚି ଯାଇଛନ୍ତି ଯୁବକ । ଯୁବକ ଜଣକ ପଶ୍ଚିମ ବଙ୍ଗ ପୁରୁଲିଆ ଅଞ୍ଚଳର ବାମପଦ ଗୋପ ବୋଲି ଜଣାପଡିଛି । ପଶ୍ଚିମବଙ୍ଗରୁ ଆସି ଧାମରା ଅଦାନୀ ପୋର୍ଟରେ ଠିକାଦାର ପାଖରେ ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ବାମପଦ ନାମକ ଯୁବକ ପଶ୍ଚିମବଙ୍ଗରୁ ଆସି ଧାମରା ଅଦାନୀ ପୋର୍ଟରେ ଠିକାଦାର ପାଖରେ ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିଲେ । ଯୁବକ ଜଣକ ମଦ ପିଇ ନିଶାଶକ୍ତ ଅବସ୍ଥା ରେ ଏକ ୧୩୨ କେଭି ବିଜୁଳି ଟାୱାର ଲାଇନକୁ ଚଢିଯାଇଥିଲେ । ସ୍ଥାନୀୟଲୋକେ ତାକୁ ତଳକୁ ଓହ୍ଲାଇବାକୁ କହୁଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ୧୩୨ କେଭି ତାରକୁ ଧରି ଦେଇଥିଲେ । ଫଳରେ ଯୁବକଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଭାଗ୍ୟବସତ ସମ୍ପୃକ୍ତ ଯୁବକ ଟାୱାର ଖୁଣ୍ଟରୁ ଖସି ପଡିଥିଲା । ଏହା ଦେଖି ସ୍ଥାନୀୟଲୋକେ ତାକୁ ଉଦ୍ଧାର କରି ଧାମରା ଆଦାନୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ପରିସ୍ଥିତି ସଂକଟପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking