14.1 C
Bhubaneswar
Friday, January 16, 2026
Homeଓଡିଶାସ୍ଥିତି ପରଖିଲେ ବିଶେଷଜ୍ଞ କମିଟି; ପୂର୍ଣ୍ଣ ବିମାନବନ୍ଦର ହେବ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟିପ୍‌

ସ୍ଥିତି ପରଖିଲେ ବିଶେଷଜ୍ଞ କମିଟି; ପୂର୍ଣ୍ଣ ବିମାନବନ୍ଦର ହେବ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟିପ୍‌

ଭୁବନେଶ୍ୱର: ବିଳମ୍ବରେ ହୋଇଥିଲେ ବି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍ ନେବ ନୂଆ ରୂପ। ୧୨ଶହ ମିଟର ଯାଏ ହେବ ସମ୍ପ୍ରସାରଣ। ଏହାଦ୍ୱାରା ପୂର୍ଣ୍ଣର୍ ବିମାନବନ୍ଦର ଭାବେ କାର୍ଯ୍ୟକ୍ଷମ ହୋଇପାରିବ। ଏୟାରପୋର୍ଟ ଉପଦେଷ୍ଟା ସୁରେଶ କୁମାର ହୋତାଙ୍କ ନେତ୍ୱତ୍ୱାଧୀନ ଏକ ଯାଞ୍ଚ କମିଟି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିଦର୍ଶନ କରି ଏୟାରଷ୍ଟ୍ରିପ ସମ୍ପ୍ରସାରଣ କାର୍ଯ୍ୟ ଅନୁଧ୍ୟାନ ପରେ ତାହା ସ୍ପଷ୍ଟ ହୋଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତ୍ୟକ୍ଷ ତଦାରଖ ଦାୟିତ୍ୱରେ ଥିବା ଉକ୍ତ କମିଟିର ସରଜମିନ ତଦନ୍ତ ବେଳେ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ ଏବଂ କନିଷ୍ଠ ଯନ୍ତ୍ରୀ ତଥା ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ରଙ୍ଗେଇଲୁଣ୍ଡା ଏୟାର୍ ଷ୍ଟ୍ରିପ୍‌ର ସମ୍ପ୍ରସାରଣ କାମ ଜୋର୍‌ସୋର୍‌ରେ ଚାଲିଛି। ଏହାକୁ କିପରି ୧୨୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇ ଏକ ପୂର୍ଣ୍ଣ ବିମାନ ବନ୍ଦର ଭାବେ କାର୍ଯ୍ୟକ୍ଷମ କରିହେବ ସେଥିପାଇଁ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରାଯାଇଛି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ଏକ ରାସ୍ତା ବିମାନବନ୍ଦର ସମ୍ପ୍ରସାରଣରେ ବ୍ୟବହାର ନକରି ଅନ୍ୟ ଦିଗରେ କିପରି କରିହେବ ତାହା ମଧ୍ୟ ଅନୁଧ୍ୟାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking