ପୁରୀ: ସରିଲା ସନ୍ଧ୍ୟାଧୂପ , ଆରମ୍ଭ ହେଲା ଚାରମାଳ ବନ୍ଧା । କିଛି ସମୟ ପରେ ଆରମ୍ଭ ହେବ ପହଣ୍ତି , ନୀଳକନ୍ଦରକୁ ବାହୁଡିବେ ମହାପ୍ରଭୁ । ପତିତପାବନ ଯାତ୍ରା ସାରି ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନିଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ଆମ ମହାପ୍ରଭୁ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦି ମହୋତ୍ସବ ଲୀଳା ସାରି ବାହୁଡ଼ା ଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ଆମ ମହାପ୍ରଭୁ ।










