25.1 C
Bhubaneswar
Wednesday, October 23, 2024
Homeଓଡିଶାଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବମୁଆଁ ଗାଁରେ ହାତୀ ଆତଙ୍କ । ଆଜି ଚାଷ ଜମିରେ ଜଣେ ଚାଷୀଙ୍କୁ ଦଳିଦେଲା ଦନ୍ତା ହାତୀ । ଫଳରେ ଚାଷୀ ଜଣଙ୍କ ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା । ଗୁରୁତର ହୋଇଥିବା ଚାଷୀ ଜଣଙ୍କ ହେଉଛନ୍ତି ପଞ୍ଚୁଆ ଭୋଇ । ପଞ୍ଚୁଆ ଗାଁ ପାଖ ଅଘିରାଗୋଡ଼ା ସ୍ଥିତ ଚାଷ ଜମିକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ । ସେଇ ସମୟରେ ଗୋଟିଏ ଦନ୍ତା ହାତୀ ସହିତ ମୁହାଁ ମୁହିଁ ହୋଇଯାଇଥିଲା । ଦନ୍ତା ହାତିଟି ପଞ୍ଚୁଆ ଭୋଇଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ଫଳରେ ପଞ୍ଚୁଆ ତଳେ ପଡ଼ି ଚିତ୍କାର କରିଥିଲେ । ଏନେଇ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ସେଠାରୁ ପଞ୍ଚୁଆ ଭୋଇଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନେଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡ଼ିଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking