34.1 C
Bhubaneswar
Friday, March 20, 2026
Homeଓଡିଶାଉଗ୍ର ହେଲା ହାତୀ, ପୁଣି ନେଲା ଜୀବନ

ଉଗ୍ର ହେଲା ହାତୀ, ପୁଣି ନେଲା ଜୀବନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥକଡ଼ର ଯୁଯୁମୁରା ଅଞ୍ଚଳରେ ଥିବା ଜଙ୍ଗଲରେ ବୁଲୁଛନ୍ତି ଗୋଠଛଡ଼ା ଦନ୍ତା ଓ ହାତୀପଲ। ଲୋକ ଦେଖିଲେ ହାତୀ ଆକ୍ରମଣ କରୁଛି। ଧାନ ଅମଳ ସମୟ ହୋଇଥିବାରୁ ଗୋଠଛଡ଼ା ଦନ୍ତା ଓ ହାତୀପଲ କ୍ଷେତରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଜଙ୍ଗଲ ନିକଟକୁ ଲାଗିଥିବା ଗାଁର ଲୋକେ ଭୟଭୀତ ହୋଇଯାଇଛନ୍ତି। ଦିନ ଦି‘ପ୍ରହରରେ ମଧ୍ୟ ବାହାରିବାକୁ ଭୟ କରୁଛନ୍ତି। ଏହାର କାରଣ ପ୍ରାୟ ଏକ ମାସ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଶନିବାର ଅପରାହ୍ନ ୪ ଟା ୩୦ ସମୟରେ କଂସର ଅଞ୍ଚଳରେ ରହୁଥିବା ୬୫ ବର୍ଷୀୟା ମୁଡକି ମୁଣ୍ଡା ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ବୃଦ୍ଧାଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ମୁଡ଼କିଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ ଓ ପୁଲିସ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ତେବେ ବୃଦ୍ଧାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଏହି ଘଟଣା ନେଇ ବନ ବିଭାଗ ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking