19.1 C
Bhubaneswar
Wednesday, February 11, 2026
Homeଅପରାଧସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ

ପୁରୀ: ପାରିବାରିକ କଳହର କରୁଣ ପରିଣତି। ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ମୃତକ ହେଲେ ନରେନ୍ଦ୍ର ମଲ୍ଲିକ। ହତ୍ୟାକାଣ୍ଡ ପରେ ବଡ଼ ଶଢୁ ଦୀପକ କୁମାର ସିଂ ଫେରାର ହୋଇଯାଇଛି। ଡେଲାଙ୍ଗ ବଜାରରେ ନରେନ୍ଦ୍ରଙ୍କର ସାଇକେଲ ମରାମତି ଦୋକାନ ରହିଛି। ଗତକାଲି ରାତିରେ ନରେନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଫେରୁଥିଲା। ଏହି ସମୟରେ ଲୁଣା ବ୍ରିଜ ନିକଟରେ ଦୀପକ ଓ ତାର ସହଯୋଗୀ ଛପି ରହିଥିଲେ।

ନରେନ୍ଦ୍ର ଲୁଣା ବ୍ରିଜ ଦେଇ ଯିବା ବେଳେ ଦୀପକ ଓ ତାଙ୍କ ସହଯୋଗୀ ପ୍ରଥମେ ଲୁହା ରଡ୍‌ରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଗୁଳି କରି ହତ୍ୟା କରିଥିଲେ। ନରେନ୍ଦ୍ର ବ୍ରିଜ ଉପରେ ରକ୍ତାକ୍ତ ଅବସ୍ଥା ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପ୍ରଥମେ ଡେଲାଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନରେନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking