ଲକ୍ଷ୍ନୌ: ସାନ ଭାଇର ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ ଭାଇର ଜୀବନ । ଉତ୍ତର ପ୍ରଦେଶ ଜାଲୈନ ଜିଲ୍ଲା କାଞ୍ଚ ଥାନା ଅଞ୍ଚଳରୁ ଆସିଛି । ଦୁଇ ଭାଇଙ୍କ ଶବ ଏକା ସାଙ୍ଗରେ ଉଠିଛି । ଖାଲି ପରିବାର କାହିଁକି ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।ଶୁକ୍ରବାର ମଧ୍ୟ ରାତି ରେ ୭୩ ବର୍ଷିୟ ରାମଚରଣ ପ୍ରଜାପତି ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ । ଫେରିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାତି ବହୁତ ଥିବାରୁ କେହି ଜାଣିପାରିନଥିଲେ । ଶନିବାର ସକାଳେ ଲୋକ ଦେଖିବା ପରେ ମୃତ୍ୟୁ ଖବର ଚାରିଆଡେ ଖେଳିଯାଇଥିଲା । ଆଉ ଘଣକୁ ଆସି ତୁଳାରାମ ଖଟ ଉପରେ ଚୁପଚାପ ଶୋଇ ରହିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଠିଯାଇଥିଲା । ତାଙ୍କ ବିୟୋଗରେ ପରିବାରରେ ଦୁଃଖର ପାହାଡ ପଡିଯାଇଥିଲା ।ପୋଲିସ ସାନ ଭାଇର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।