28.1 C
Bhubaneswar
Sunday, September 8, 2024
Homeଅପରାଧସାନଭାଇର ପୁରା ପରିବାରକୁ ଶେଷ କରିଦେଲା ବଡ଼ ଭାଇ

ସାନଭାଇର ପୁରା ପରିବାରକୁ ଶେଷ କରିଦେଲା ବଡ଼ ଭାଇ

ନୂଆଦିଲ୍ଲୀ: ହରିୟାଣାସ୍ଥିତ ଅମ୍ବାଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦୁଇ ଏକର ଜମିକୁ ପାଇଁ ଚାଲିଥିବା ବିବାଦକୁ ନେଇ ଜଣେ ଅବସରପ୍ରାପ୍ତ ସୈନିକ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ମିଶି ସାନଭାଇଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଗଳା କାଟି ହତ୍ୟା କରି ଦେଇଛନ୍ତି । ଏମିତି କି ଏହାକୁ ଅଟକାଇବାକୁ ଆସିଥିବା ମା’କୁ ବି ସୈନିକ ହତ୍ୟା କରିବାକୁ ପଛାଇ ନଥିଲେ । ଏହି ଘଟଣାରେ ସୈନିକଙ୍କ ବାପା ଗୁରୁତର ଆହତ ହୋଇଥିଲେ । ଜୀବନବିକଳରେ ସେ ଥାନାକୁ ଯାଇ ପୁଅ ବିରୋଧରେ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ଅନୁରୋଧ କରିଥିଲେ । ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ଗଠନ କରାଯାଇଛି ।

ମୃତକଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ସାନଭାଇ ହରିଶ (୩୫), ଭାଇବୋହୂ ସୋନିଆ (୩୨), ମା’ ସରୋପି (୬୫, ଝିଆରି ୟଶିକା ଏବଂ ଛଅ ମାସର ପୁତୁରା ମୟାଙ୍କ ଅଛନ୍ତି । ପୁଲିସର ସୂଚନାନୁସାରେ, ଉଭୟ ଭାଇ ଗୋଟିଏ ଘରକୁ ଭାଗ କରିଥିଲେ । ଦୁଇ ବର୍ଷ ଧରି ଦୁଇ ଏକର ଜମିକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ପୂର୍ବରୁ ବି ଦୁଇ ଭାଇଙ୍କ ମଧ୍ୟରେ ଅନେକ ଥର ଜମି ପାଇଁ ଝଗଡା ହୋଇଥିଲା । ଗତରବିବାର ରାତିରେଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିବା ପରେ ଭୂଷଣ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ସହ ମିଶି ସାନଭାଇଙ୍କ ପରିବାରକୁ ଧ୍ୱଂସ କରିବାକୁ ଯୋଜନା କରିଥିଲେ । ରାତି ପ୍ରାୟ ୧୦ଟା ବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜଣକ ପରେ ଜଣେ ଏପରି ସେ ସାନଭାଇଙ୍କୁ ତା’ପରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିଲେ । ଏମିତି କି ପୁଅକୁ ଅଟକାଇବାକୁ ଆସୁଥିବା ବେଳେ ଭୂଷଣ ତାଙ୍କ ମା’ଙ୍କୁ ବି ହତ୍ୟା କରିଥିଲେ । ଏହି ଲୋମଟାଙ୍କୁରା ଘଟଣା ଘଟାଇବା ପରେ ସେ ସମସ୍ତ ମୃତଦେହକୁ ଜାଳିବାକୁ ବି ଚେଷ୍ଟା କରିଥିଲେ । ପୁଲିସ ଏହି ଘଟଣାରେ ଭୂଷଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking