31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶବଡ଼ଭାଇ ୩୦ ହଜାର ଟଙ୍କା ଦେଲାନି ବୋଲି ଭାଉଜ ସହ ୩ ମାସର ଝିଆରୀକୁ ମାରିଦେଲା

ବଡ଼ଭାଇ ୩୦ ହଜାର ଟଙ୍କା ଦେଲାନି ବୋଲି ଭାଉଜ ସହ ୩ ମାସର ଝିଆରୀକୁ ମାରିଦେଲା

ଗାଜିଆବାଦ୍‌: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରୁ ପୁଣି ଏକ ପାରିବାରିକ ହିଂସାଜନିତ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନ୍‌ାକୁ ଆସିଛି। ଏଠାରେ ଜିଶାନ ନାମକ ଜଣେ ୨୩ ବର୍ଷୀୟ ଯୁବକ ନିଜ ବଡ଼ ଭାଇ ବୁରହାନ୍‌ଙ୍କ ପତ୍ନୀ ଅର୍ଥାତ୍ ଭାଉଜ ଶାହିନ୍ ପରବୀନ (୩୪) ଏବଂ ୩ ମାସର ଝିଆରୀ ଆଫିୟାକୁ ହତ୍ୟା କରିଛି। ବାସ୍ତବରେ ଜିଶାନ ଦୁବାଇ ଯିବା ଉଦ୍ଦେଶ୍ୟରେ ଭିସା ପାଇଁ ନିଜ ବଡ଼ ଭାଇ ବୁରହାନ୍‌ଙ୍କୁ ପ୍ରାୟ ୩୦ ହଜାର ଟଙ୍କା ମାଗିଥିଲା। କିନ୍ତୁ ପତ୍ନୀ ଶାହିନ୍‌ଙ୍କ କଥାରେ ପଡ଼ି ବୁରହାନ୍‌, ପାଖରେ ଏବେ ପଇସା ନଥିବା କହି ଜିଶାନ୍‌ଙ୍କୁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଜିଶାନ୍ ବେଶ୍ କ୍ଷୁବ୍ଧ ହୋଇପଡିଥିଲା। ଏହି ଘଟଣାର କିଛି ଦିନ ପୂର୍ବରୁ ବୁରହାନ୍ ଏବଂ ଜିଶାନ୍‌ଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳେ ଅଫରୋଜ୍ ନାମକ ଶାହିନ୍‌୍‌ଙ୍କ ଜଣେ ସମ୍ପର୍କୀୟ ଭାଇ ଅର୍ଥାତ୍ ବୁରହାନ୍‌ଙ୍କ ଶାଳକ ଜିଶାନ୍‌ଙ୍କୁ ଅପମାନିତ କରିଥିଲେ ଏବଂ ସାର୍ଟ କଲର ଧରି ଘରୁ ବାହାରକୁ ଘୋଷାଡି ଆଣିଥିଲେ।
ପୂର୍ବ ଅପମାନ ସାଙ୍ଗକୁ ଟଙ୍କା ଦେବାକୁ ମନା କରିବା ଘଟଣା ଜିଶାନ୍‌ଙ୍କୁ ପ୍ରତିଶୋଧ ପରାୟଣ କରିଦେଇଥିଲା। ବଡ଼ଭାଇ ବୁରହାନ୍ ଘରେ ନଥିବା ବେଳେ ଜିଶାନ୍ ନିଜ ଭାଉଜ ଶାହିନ୍ ଏବଂ ୩ ମାସର ଝିଆରୀ ଆଫିୟାକୁ ହତ୍ୟା କରିଥିଲା। ଏହାପରେ ୩ବର୍ଷର ଅନ୍ୟ ଝିଆରୀ (ବୁରହାନ୍‌ଙ୍କ ବଡ଼ ଝିଆ)କୁ ମଧ୍ୟ ହତ୍ୟା କରିବାକୁ ଜିଶାନ୍ ଚେଷ୍ଟା କରିଥିଲା। କିନ୍ତୁ ଏହି ଝିଆରୀଟି ଘଟଣାସ୍ଥଳରୁ ଭୟରେ ଦୌଡି ପଳାଇଯିବାରୁ ଅଳ୍ପକେ ବର୍ତ୍ତିଯାଇଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତ ଜିଶାନ୍‌କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଗାଜିଆବାଦ ଗ୍ରାମୀଣ ଡେପୁଟି କମିଶନର (ଡିସିପି) ସୁରେନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି ଯେ, ଗତକାଲି ୱେଭ୍ ସିଟି ପୁଲିସ ଷ୍ଟେସନ ଅନ୍ତର୍ଗତ ବମହେତା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିବା ପରେ ଜିଶାନ ନୋଏଡା ଚାଲି ଯାଇଥିଲା। ସେଠାରେ ଜଣେ ମହିଳାଙ୍କଠୁ ମୋବାଇଲ୍ ଛଡାଇ ଆଣି ଭାଇ ବୁରହାନକୁ କଲ୍ କରି ତାଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିଲା। ସେଠାରୁ ଗାଜିଆବାଦ ଫେରିବା ସମୟରେ ଜିଶାନକୁ ଗିରଫ କରିଛି ପୁଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking