28.1 C
Bhubaneswar
Thursday, March 5, 2026
Homeଓଡିଶାଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ

ପୁରୀ: ଶ୍ରୀମନ୍ଦିର ପତିତପାବନ ବାନା ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ତେବେ ଦୀର୍ଘ ସମୟ ଧରି ଚିଲଟି ନୀଳଚକ୍ର ଉପରେ ବସିବା ପରେ ଉଡିଯାଇଥିବା ଦେଖିବାକୁ ମିଳିଛି ।ସେହିପରି ଗତ କିଛି ମାସ ତଳେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଏହିଭଳି ଦୃଶ୍ୟ । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking