15.1 C
Bhubaneswar
Saturday, December 6, 2025
Homeଓଡିଶାପୋଲିସ ହେପାଜତରେ ଥିବା ଡମ୍ଫରକୁ ନେଇଗଲେ ଦୃର୍ବୁତ୍ତ

ପୋଲିସ ହେପାଜତରେ ଥିବା ଡମ୍ଫରକୁ ନେଇଗଲେ ଦୃର୍ବୁତ୍ତ

ମୟୂରଭଞ୍ଜ: ଚର୍ଚ୍ଚାରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୋଲିସ । ଦୂର୍ବୃତ୍ତଙ୍କ ଶକ୍ତି ଆଗରେ ଫିକା ପଡ଼ିଗଲା ପୋଲିସ ଭୟ। ପୋଲିସକୁ ଭୟ କରିବା ବଦଳରେ ଛଡାଇ ନେଇଗଲେ ଜବତ ହୋଇଥିବା ଡମ୍ପର। ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଲଘୁଖଣିଜ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏହା ଉପରେ ରୋକ ଲଗାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ମାଫିଆଙ୍କ ଦୌରାତ୍ମ୍ୟ ସୀମା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି l ଚୋରା ଚାଲାଣରେ ସଂପୃକ୍ତ ଥିବା ଗୋଷ୍ଠୀଙ୍କ ପୋଲିସକୁ ଖାତାର ନାହିଁ କି ଆଇନକୁ ଭୟ ନାହିଁ। ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏବେର ଘୋଷଣା ପୋଲିସକୁ ବଳ ଦେବ ନିଶ୍ଚୟ ବୋଲି ଅନୁମାନ କରାଯାଉଛି।ସୂଚନା ଅନୁଯାୟୀ, ଗତକାଲି ରାସଗୋବିନ୍ଦପୁର ପୋଲିସ ୭ଟି ଡମ୍ଫରକୁ ଜବତ କରିଥିବା ବେଳେ ୫ଟି ଡମ୍ଫରକୁ ଥାନାକୁ ଆଣିଥିଲା ଏବଂ ବାକି ୨ଟି ଡମ୍ଫର ସ୍ଥାନୀୟ ମୂଷାମାରୀ ପେଟ୍ରୋଲ ପମ୍ପରେ ରଖିଥିଲା l ତେବେ ଗତକାଲି ରାତିରେ ଉକ୍ତ ଜବତ ୨ ଡମ୍ଫରକୁ ଜଣେ କନେଷ୍ଟବଳ ଜଗି ରହିଥିବା ବେଳେ ରାତି ପ୍ରାୟ ୯ଟା ୩୦ମିନିଟ ସମୟରେ ଏକ କାରରେ କିଛି ଲୋକ ଆସି କନେଷ୍ଟବଳଙ୍କୁ ଧକ୍କା ମାରି ସେଠାରୁ ଉକ୍ତ ଜବତ ୨ ଡମ୍ଫରକୁ ଏସକୋର୍ଟ ଯୋଗେ ସେଠାରୁ ନେଇ ପଳାଇଥିଲେ l ଖବରପାଇ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ନିଜ ଟିମ ସହିତ ଉକ୍ତ ୨ ଡମ୍ଫରକୁ ଗୋଡ଼ାଇ ଗୋଡ଼ାଇ ବାଛୁରୀପାଳ ଛକ ନିକଟରେ ଧରି କ୍ରେନ ସାହାଯ୍ୟରେ ପୁଣି ଥାନାକୁ ଆଣିଥିଲେ l ତେବେ ଘଟଣାସ୍ଥଳରୁ ଏସକୋର୍ଟ ଦେଉଥିବା କାର ଏବଂ ଡ୍ରାଇଭର ଫେରାର ହୋଇଯାଇଥିଲେ l ଅଧିକାରୀଙ୍କୁ ଚାଲେଞ୍ଚ ଦେଉଥିବା ମାଫିଆମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଡାଉ ଜରିରଖିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି କାହା ଛତ୍ରଛାୟା ତଳେ ରହି ବାଲି ମାଫିଆ ମାନେ ଗୁଣ୍ଡାଗର୍ଦ୍ଦି ଚଳାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବାସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ଚୋର ପୋଲିସ ଛକାପଞ୍ଝା ଖେଳରେ କିଏ କାହାକୁ ମାତ୍ ଦେଉଛି ନା ଅଦୃଶ୍ୟ ଚାପରେ ଚେପା ହେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking