28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶତିବ୍ଦତର ଲାରୁଙ୍ଗ ଗାର ଉପରେ ଡ୍ରାଗନର ନଜର, ପଠାଇଲା ୪୦୦ ସୈନିକ

ତିବ୍ଦତର ଲାରୁଙ୍ଗ ଗାର ଉପରେ ଡ୍ରାଗନର ନଜର, ପଠାଇଲା ୪୦୦ ସୈନିକ

ନୂଆଦିଲ୍ଲୀ: ତିବ୍ଦତର ସରତାର କାଉଣ୍ଟିରେ ରହିଛି ବିଶ୍ୱର ସବୁଠାରୁ ବଡ଼ ତିବ୍ଦତ ବୌଦ୍ଧ ଅଧ୍ୟୟନ କେନ୍ଦ୍ର। ଏହି ଲାରୁଙ୍ଗ ଗାର ବୌଦ୍ଧ ଏକାଡେମୀ ଏବେ ଚୀନ୍‌ର କଡା ନଜରରେ। ଚୀନ୍ ଏହି ଅଞ୍ଚଳରେ ପ୍ରାୟ ୪୦୦ ସୈନିକ ଓ ବହୁ ହେଲିକପ୍ଟରକୁ ମୁତୟନ କରିଛି। ଯେପରି ଧାର୍ମିକ ଗତିବିଧି ଉପରେ କଠୋର ନିୟନ୍ତ୍ରଣ ସୁନିଶ୍ଚିତ କରିହେବ। ଲାରୁଙ୍ଗ ଗାର ବୌଦ୍ଧ ଏକାଡେମୀକୁ ସେରଥାଙ୍ଗ ବୁତୁକ ବୌଦ୍ଧ ଏକାଡେମୀରେ ମଧ୍ୟ କୁହାଯାଏ। ଏହା ତିବ୍ଦତର ସିଚୁଆନ୍ ପ୍ରଦେଶରେ ରହିଛି। ବିଶ୍ୱର ସବୁଠାରୁ ବଡ ବୌଦ୍ଧ ଶିକ୍ଷା ସଂସ୍ଥାନ ମଧ୍ୟରୁ ଅନ୍ୟତମ। ଏହାର ସ୍ଥାପନା ୧୯୮୦ରେ ତିବ୍ଦତୀୟ ଧର୍ମଗୁରୁ ଜିଗମେ ଫୁସୋକ ରିନପୋଚେଙ୍କ ଦ୍ୱାରା କରାଯାଇଥିଲା। ଚୀନ୍ ସରକାର ଆସନ୍ତା ବର୍ଷରୁ ଏକାଡେମୀ ଉପରେ କଡା ନିୟମ ଲାଗୁ କରିବାର ଯୋଜନା ତିଆରି କରିଛନ୍ତି। ଏହି ନିୟମ ଅନୁସାରେ, ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଙ୍କ ଏକାଡେମୀରେ ରହିବାର ସମୟସୀମା ସର୍ବାଧିକ ୧୫ ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ। ଏହାଛଡା ସମସ୍ତ ଧାର୍ମିକ ଲୋକଙ୍କୁ ସରକାରୀ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ।

ଏହି ଯୋଜନାରେ ବୌଦ୍ଧ ଭିକ୍ଷୁଙ୍କ ମୋଟ ସଂଖ୍ୟାରେ ହ୍ରାସ କରିବା ଓ ଚୀନ୍ ଛାତ୍ରଙ୍କୁ ଏକାଡେମୀ ଛାଡିବାର ନିର୍ଦେଶ ମଧ୍ୟ ରହିଛି। ଚୀନ୍ ଛାତ୍ରଙ୍କୁ କଥିତ ଭାବରେ ସେଠାକୁ ଯିବାକୁ କୁହାଯାଉଛି। ଏହି କଥା ଏହାର ସଙ୍କେତ ଯେ ଚୀନ୍ ସେଠାରେ ଜନସଂଖ୍ୟା କମ୍ କରିବାକୁ ଚେଷ୍ଟା କରୁଛି। ୧୯୮୦ରେ ସ୍ଥାପିତ ଲାରୁଙ୍ଗ ଗାର ଏକାଡେମୀ ଗତ କିଛି ଦର୍ଶକରେ ବହୁବାର ଚୀନ୍‌ର ଦମନର ସାମନା କରିସାରିଛି। ୨୦୦୧ ଓ ୨୦୧୬-୧୭ ରେ ଏଠାରେ ବଡ ପରିମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯେଉଁଥିରେ ହଜାର ହଜାର ବିଲ୍ଡିଂକୁ ଧ୍ୱଂସ କରି ଦିଆଯାଇଛି।ଅନେକ ବୌଦ୍ଧ ଭିକ୍ଷୁଙ୍କୁ ବଳପୂର୍ବକ ବାହାର କରି ଦିଆଯାଇଛି। ୨୦ ଜୁଲାଇ ୨୦୧୬ ରେ ଆରମ୍ଭ ହୋଇଥିବା ଏହି ଭଙ୍ଗାଙ୍ଗି କାମ ମଇ ୨୦୧୭ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି କାର୍ଯ୍ୟାନୁଷ୍ଠାନର କାରଣ ଏହା ଥିଲା ଯେ, ଜନସଂଖ୍ୟାୟର ପ୍ରାୟ ୧୦,୦୦୦ ରୁ ହ୍ରାସ ପାଇ ଅଧା ହୋଇଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking