27.1 C
Bhubaneswar
Monday, January 19, 2026
Homeଓଡିଶାଖୋଲା ହେଲା ମା ମଝିଘରିଆଣୀଙ୍କ ଦାନହୁଣ୍ଡୀ

ଖୋଲା ହେଲା ମା ମଝିଘରିଆଣୀଙ୍କ ଦାନହୁଣ୍ଡୀ

ରାୟଗଡା: ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମା ଙ୍କ ଦାନହୁଣ୍ଡୀ ଆଜି କଡା ସୁରକ୍ଷା ମଧ୍ୟରେ ଖୋଲାଯାଇଛି । ଦୀର୍ଘ ଛ ମାସ ପରେ କଡା ସୁରକ୍ଷା ମଧ୍ୟରେ ମନ୍ଦିର ଟ୍ରଷ୍ଟ କମିଟି ଙ୍କ ଉପସ୍ଥିତି ରେ ଖୋଲାଯାଇଛି। ମନ୍ଦିର ଭିତରେ ଥିବା ନ ଗୋଟି ହୁଣ୍ଡୀ ରୁ ପୁଳା ପୁଳା ଟଙ୍କା ଓ଼ ସୁନା ,ଅଳଙ୍କାର ବାହାରିଛି । ଏହି ଗଣତି କାର୍ଯ୍ୟ ରେ ମନ୍ଦିର କମିଟି ସଦସ୍ୟ ଙ୍କ ୟୁନିୟନ ବ୍ୟାଙ୍କ ର କର୍ମଚାରୀ ସହ ରାୟଗଡା ସହର ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର ମହିଳା ମାନେ ଗଣତି କାର୍ଯ୍ୟ ରେ ସହଯୋଗ କରୁଛନ୍ତି। ଏହି ଗଣତି କାର୍ଯ୍ୟ ଶେଷ ହେବା ବେଳକୁ ଆଜି ରାତ୍ର 7 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ସ୍ପଷ୍ଟ ଚିତ୍ର ଜଣାପଡିବ । ଗତ ଛ ମାସ ତଳେ ମାଙ୍କ ଦାନ ହୁଣ୍ଡୀ ଖୋଲାଯାଇଥିଲା। ସେହି ସମୟରେ 1 କୋଟି 4 ଲକ୍ଷ 36 ହଜାର 963 ଟଙ୍କା , ସୁନା 38 ଗ୍ରାମ , ରୁପା 2 kg 505 ଗ୍ରାମ, 12 ଗୋଟି ବିଦେଶୀ ନୋଟ , ପାଞ୍ଚ ସହ ଅଚଳ ଟଙ୍କା ଗୋଟିଏ ଓ଼ 2000 ଅଚଳ ଟଙ୍କା ଦୁଇ ଗୋଟି ହୁଣ୍ଡୀ ରୁ ବାହାରିଥିଲା। ସମସ୍ତ ଟଙ୍କା ଓ଼ ଅଳଙ୍କାର ଦାନ ଆକାରରେ ଭକ୍ତମାନେ ଦେଇଥାନ୍ତି। ସମସ୍ତ ଟଙ୍କା ଓ଼ ଅଳଙ୍କାର କୁ ରାୟଗଡା ସହରସ୍ଥିତ ୟୁନିୟନ ବ୍ୟାଙ୍କ ରେ ଜମା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking