13.1 C
Bhubaneswar
Wednesday, January 14, 2026
Homeଅପରାଧଗୋଡ ବଦଳରେ ଭୁଲରେ ବାଳକର ଗୁପ୍ତାଙ୍ଗକୁ ଅପରେସନ କଲେ ଡାକ୍ତର

ଗୋଡ ବଦଳରେ ଭୁଲରେ ବାଳକର ଗୁପ୍ତାଙ୍ଗକୁ ଅପରେସନ କଲେ ଡାକ୍ତର

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଥାନରେ ଘଟିଛି ଅଭାବନୀୟ ଘଟଣା । ଗୋଡ଼ର ଅପରେସନ ବଦଳରେ ଭୁଲରେ ୯ ବର୍ଷୀୟର ପିଲାର ଗୁପ୍ତାଙ୍ଗରେ ଡାକ୍ତର କଲେ ଅପରେସନ। ସୂଚନା ଅନୁଯାୟୀ,ସାଙ୍ଗମାନଙ୍କ ସହ ଖେଳିବା ବେଳେ ପିଲାଟିର ଗୋଡ଼ରେ ଗତ ମାସରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଜୁନ ୧୫ରେ ଶାହାପୁର ସ୍ଥିତ ଉପ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ଡାକ୍ତର ତାଙ୍କର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକ ମଧ୍ୟ ଏଥିରେ ରାଜି ହୋଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କର ଗୋଡ଼ର ଅପରେସନ କରିବା ବଦଳରେ ଗୁପ୍ତାଙ୍ଗର ଅପରେସନ କରି ଦେଇଛନ୍ତି। ଭୁଲବଶତଃ ସେମାନେ ପିଲାଟିର ଚୁଚୁନ୍ଦ୍ରୀ ଅପରେସନ ସେମାନେ କରି ଦେଇଥିବା ଜାଣିବା ପରେ ପୁଣି କିଛି ସମୟ ପରେ ତାଙ୍କ ଗୋଡ଼ର ମଧ୍ୟ ଅପରେସନ କରିଥିଲେ। ତେବେ ପରିବାର ପକ୍ଷରୁ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଘଟଣାର ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟପକ୍ଷରେ ଗଜେନ୍ଦ୍ର ପାୱାର ନାମକ ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଗୋଡ଼ ବ୍ୟତୀତ ପିଲାଟିର ଫିମୋସିସ(ସଶକ୍ତ ପୋରସ୍କିନ ବା ଗୁପ୍ତାଙ୍ଗ ଉପରେ ଚମଡ଼ା ଲାଗିବା ଓ ଏହା ଠିକ ସେ ନଖୋଲିବା) ସମସ୍ୟା ମଧ୍ୟ ରହିଥିଲେ। ତେଣୁ ହସ୍ପିଟାଲ ପକ୍ଷରୁ ଦୁଇଟି ଯାକ ଅପରେସନ କରି ଦିଆଯାଇଛି।ଦ୍ୱିତୀୟ ଅପରେସନ କଥା ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା କି ପ୍ରଶ୍ନରେ ପାୱାର କହିଛନ୍ତି, ଡାକ୍ତରମାନେ ସମ୍ଭବତଃ ସେମାନଙ୍କୁ କହିବାକୁ ଭୁଲି ଯାଇଥିବେ ନଚେତ ରୋଗୀଙ୍କ କୌଣସି ସମ୍ପର୍କୀୟଙ୍କୁ କହିଥିବେ।ଡାକ୍ତରମାନେ ଯାହା କରିଛନ୍ତି ପୂରା ଠିକ। ଏଥିରେ କୌଣସି ଭୁଲ ନାହିଁ। କିନ୍ତୁ ପିଲାଟିର ପରିବାର ଲୋକ ଡାକ୍ତରମାନଙ୍କ କଥା ବୁଝିବାକୁ ନାରାଜ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking