27.1 C
Bhubaneswar
Monday, January 12, 2026
Homeଓଡିଶାକୃଷି ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ 

କୃଷି ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ 

ଯାଜପୁର: ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ କୃଷି ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ଶୁଭାରମ୍ଭ କରିଥିଲେ। ଏହି ରଥ ବିଭିନ୍ନ ବ୍ଲକ୍ ପରିକ୍ରମା କରି ଚାଷୀ ମାନଙ୍କୁ ସଚେତନ କରାଇବ। ଖରିଫ ଧାନ ବିପଣନ ଋତୁ ୨୦୨୪-୨୫ ରେ ଚଳିତ ବର୍ଷ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ କରାଯାଇଥିବା ଉପଯୋଗୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ ର ମାନ ନିରୂପଣ ପାଇଁ ଉଚିତ୍ ହାରାହାରି ଗୁଣବତ୍ତା ସମ୍ପର୍କରେ ସଚେତନ କରାଇବ। ଧାନରେ ବାଲି, ଗୋଡ଼ି, ମାଟି, ପଥର, ଧୂଳି, ନଷ୍ଟ ବେରଙ୍ଗି, ଗଜା ଉଠିଥିବା, ଅପରିପକ୍ବ, କଞ୍ଚା, ସବୁଜ ଅଳ୍ପ ତଳ ଶ୍ରେଣୀୟ ଧାନର ଅପମିଶ୍ରଣ, ଆଦ୍ରତା ବା ଦଳୀୟ ଅଂଶ ନଥିବା ପରିଷ୍କାର ଧାନ ସଂଗ୍ରହ କରାଯିବ। ସୁସ୍ଥ ଶସ୍ୟ ଦାନା ଠାରୁ ଭିନ୍ନ ଥିବା ନିକୃଷ୍ଟ ଉପାଦାନ ନଥିବା ହାରାହାରି ଗୁଣବତ୍ତା ଧାନ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ,କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଯାଜପୁର ର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରା, ସହକାରୀ କୃଷି ନିର୍ଦ୍ଦେଶକ ମୀରା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking