ଭୁବନେଶ୍ୱର: ଡିଜିପି ସମ୍ମିଳନୀରୁ ବାହାରିଲେ ପ୍ରଧାନମନ୍ତ୍ରୀ। ୨ ଦିନ ଧରି ଡିଜିପି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ରାଜଧାନୀ ଭୁବନେଶ୍ୱର ରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ ଆଜି ଶେଷ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଓ ଏନଏସଏ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଡିଜିପି ସମମାଲନୀରେ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିଲା । ଏଥିରେ ସମସ୍ତପ୍ରକାର ବନ୍ଦୋବସ୍ତ ହୋଇଥିଲା । ଏବଂ ୭୦ ଫୋର୍ସ କାଟୁନ ପୋଲିସ ସୁରକ୍ଷା ପାଇଁ ନିଯୋଜିତ କରାଯାଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟାଳୟକୁ ଯାଇ ୨ ଘଣ୍ଟା ରୁ ଅଧିକ ସମୟ ରହିଥିଲେ ଏବଂ ସମସ୍ତ ବିଜେପି ନେତାଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ ।