20.1 C
Bhubaneswar
Thursday, February 12, 2026
Homeଅପରାଧପିଶାଚ ବାପା; ପୁଅକୁ ହତ୍ୟା କଲା, ଝିଅର ଗଳା କାଟିଦେଲା

ପିଶାଚ ବାପା; ପୁଅକୁ ହତ୍ୟା କଲା, ଝିଅର ଗଳା କାଟିଦେଲା

ନୂଆପଡ଼ା : ପିଶାଚ ବାପା। ୧୪ ମାସର ପୁଅକୁ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିଦେଲା। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ। ମୃତକମାନେ ଚନ୍ଦନ ମାଝୀ (୧୪) ଓ କମଳାକାନ୍ତି ମାଝି (୧୦)। ବୋଡ଼େନ ଥାନା କୁଟିଆପଡ଼ା ଗାଁର କିଶୋର ସେହି ଗାଁର ଜୟନ୍ତୀକୁ ବିବାହ କରି ଥିଲେ। ଯୌତୁକ ପାଇଁ ବିଭିନ୍ନ ସମୟରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି କୌଣସି କଥାକୁ ନେଇ କିଶୋର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ କିଶୋର ଉତ୍‌କ୍ଷିପ୍ତ ହୋଇ ନିଜ ସ୍ତ୍ରୀକୁ ମାଡ଼ ମାରିଥିଲେ। ସ୍ୱାମୀ ମାଡ଼ ମାରିବା ପରେ ଜୟନ୍ତୀ ନିଜ ବାପ ଘରକୁ ଚାଲି ଯାଇ ଥିଲେ।

ଘରେ ୩ ଛୁଆ ଥିଲେ। ପରେ କିଶୋର ୩ ଛୁଆକୁ ଜଙ୍ଗଲକୁ ନେଇଯାଇଥିଲେ। ମଝିଆ ଝିଅ ଅଧାବାଟରୁ ବାପା ପାଖରୁ ପଳାଇଆସିଥିଲା। ନିଜ ଛୋଟପୁଅ ଓ ବଡ଼ ଝିଅକୁ ନେଇ ଜଙ୍ଗଲକୁ ନେଇଯାଇଥିଲେ କିଶୋର। ସେଠାରେ କୁନି ପୁଅକୁ ପାଣିରେ ନିଶା ମେଡିସିନ ମିଶାଇ ଖୁଆଇ ଦେଇଥିଲେ। ପିଲାଟି ନିଶା ମେଡିସିନ ଖାଇବା ପରେ ଶୋଇପଡ଼ିଥିଲା। ଏହାପରେ କିଶୋର ନିଜ ପୁଅକୁ ପାଖରେ ଥିବା ନଦୀରେ ବୁଡ଼ାଇ ହତ୍ୟା କରିଥିଲେ। ପରେ ନିଜ ଝିଅର ବେକକୁ ଛୁରୀରେ କାଟି ଦେଇଥିଲେ। ଗ୍ରାମବାସୀ ଖବର ପାଇ ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ ଅଭିଯୁକ୍ତ କିଶୋରକୁ ଘର ନିକଟ ଜଙ୍ଗଲରୁ ଧରି ପୁଲିସକୁ ଜିମାରେ ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking