17.1 C
Bhubaneswar
Wednesday, February 11, 2026
Homeଓଡିଶାପ୍ରତିଟି ଗ୍ରାମପଞ୍ଚାୟତର ବିକାଶ ଆମର ଉତ୍ତରଦାୟିତ୍ୱ : ମନ୍ତ୍ରୀ ରବି ନାଏକ

ପ୍ରତିଟି ଗ୍ରାମପଞ୍ଚାୟତର ବିକାଶ ଆମର ଉତ୍ତରଦାୟିତ୍ୱ : ମନ୍ତ୍ରୀ ରବି ନାଏକ

– ବହୁମୁଖୀ ଭିତ୍ତିଭୂମି ନିର୍ମାଣ ଦ୍ୱାରା ବିକଶିତ ଗାଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାଧିତ ହେବ
– ବିଭାଗୀୟ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମ୍ମିଳନୀ କକ୍ଷରେ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହ ପ୍ରତିଟି ଗ୍ରାମପଞ୍ଚାୟତର ବିକାଶ ବିଭାଗର ଉତ୍ତରଦାୟିତ୍ୱ ବୋଲି ପ୍ରକାଶ କରିଥିଲେ ।

ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା, ମେଗା ପାଇପ ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ନେଇ ସବିଶେଷ ସମୀକ୍ଷା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେରେ ଯେପରି ଉଚିତ ତଥ୍ୟ ସଂଗ୍ରହ କରାଯାଇ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇପାରିବ ସେଥିପ୍ରତି ଯନିବାନ ହେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରି ବହୁମୁଖୀ ଭିତ୍ତିଭୂମି ନିିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ମାନ୍ୟବର ମନ୍ତ୍ରୀ କହିଥିଲେ । ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସମସ୍ତ ନଳକୂପର ଆଗୁଆ ମରାମତି ସହ ଏଗୁଡ଼ିକର ରକ୍ଷଣାବେକ୍ଷଣ, ପାନୀୟ ଜଳ ଯୋଗାଣ, ନୂତନ ନଳକୂପ ଖନନ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏଥି ସହ ଆନ୍ତ୍ୟୋଦାୟ ଗୃହ ଯୋଜନାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପ୍ରକ୍ରିୟା ବିଷୟରେ ମାନ୍ୟବର ମନ୍ତ୍ରୀ ଦିଗ୍‌ଦର୍ଶନ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍‌. ଏନ୍‌. ଗିରୀଶ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ପାନୀୟ ଜଳ ନିର୍ଦ୍ଦେଶକ ଶ୍ରୀ ଭିନିତ୍‌ ଭାରଦ୍ୱାଜ, ଅତିରିକ୍ତ ଶାସନ ସଚିବ ଶ୍ରୀ ଚକ୍ରବର୍ତ୍ତି ସିଂ ରାଠୋର, ପଞ୍ଚାୟତିରାଜ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ, ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ସମସ୍ତ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀମାନେ ଆଭାସି ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking