25.1 C
Bhubaneswar
Friday, March 20, 2026
Homeଓଡିଶାନୀତି ଆୟୋଗରେ କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇବାକୁ ବିଜେଡି ଓ କଂଗ୍ରେସର ଦାବି

ନୀତି ଆୟୋଗରେ କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ ଗୃହକୁ ଜଣାଇବାକୁ ବିଜେଡି ଓ କଂଗ୍ରେସର ଦାବି

ଭୁବନେଶ୍ୱର : ଶୂନ୍ୟକାଳରେ ଉଠିଲା ନୀତି ଆୟୋଗରେ କ’ଣ କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୃହକୁ ଜଣାଇବା ପାଇଁ ବୈଠକରେ ଦାବି କଲେ ବିଜେଡି ଓ କଂଗ୍ରେସ। ତେବେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଆମେ ଆଶା ରଖିଥିଲୁ ବିଶ୍ୱାସ କରିଥିଲୁ ଭରଷା ମଧ୍ୟ ରଖିଥିଲୁ କାହିଁକି ନା ଲୋକଙ୍କ ସରକାର ଓଡିଶା ଲୋକ ମାନଙ୍କ ପାଇଁ ବହୁତ କଥା ଉଠାଇଛନ୍ତି । କିଛି କଥା ଉଠେଇଛନ୍ତି ଉଠେଇ ନାହାନ୍ତି ବୋଲି ନୁହେଁ । ତେଣୁ ମୁଖ୍ୟ କଥା ହେଉଛି ୨୦୧୪ ମସିହାରେ ଓଡିଶାକୁ ସ୍ପେସିଆଲ କାଟାଗୋରି ଷ୍ଟେଟ କରିବେ ବୋଲି ନିର୍ବାଚନ ଇସ୍ତାହାର ଦେଇଥିଲେ ।  ସ୍ପେସିଆଲ କାଟାଗୋରି କରିବେ ନାହିଁ ବୋଲି କେନ୍ଦ୍ରସରକାର ନିଷ୍ପର୍ତ୍ତି ନେଇଛନ୍ତି  ।  ଗୋଟେ କମିଶନରେଟ ରିପୋର୍ଟ ଅନୁସାରେ କିନ୍ତୁ ପରବର୍ତ୍ତି ସମୟରେ କେନ୍ଦ୍ରକୁ ସ୍ପେସିଆଲ ଫୋକସ ଷ୍ଟେଟ କରିବା ପାଇଁ ଦାବି ଉଠିଥିଲା ।  ବିଭିନ୍ନ ପାହ୍ୟାରେ ବିଭିନ୍ନ ରାଜନୀତିକ ଦଳ ବିଭିନ୍ନ ଜନସାଧାରଣଙ୍କ ଗହଣରେ ଏବଂ ବିଭିନ୍ନ ସଂଗଠନ ତରଫରୁ କିନ୍ତୁ ତାହା ମଧ୍ୟ ଗ୍ରହଣୀୟ ହୋଇନାହିଁ  ।    କିନ୍ତୁ ଏବେ ଗୋଟେ ନୂଆ ଯୁଗ ଆରମ୍ଭ ହୋଇଛି ସ୍ପେସିଆଲ ଆଲୋକେସନ ।  ଏହି ସ୍ପେସିଆଲ ଆଲୋକେସନ ଯେଉଁ ହେଇଛି ଏଥିରେ ବିଭିନ୍ନ ବଜେଟରେ କିଛି ରାଜ୍ୟ ମଧ୍ୟ ଉପକୃତ ହୋଇଛି ଆଉ ମୁଁ ସେହି ରାଜନୈତିକ ଆଲୋଚନା ଭିତରକୁ ଯିବିନି ।  ଆଜି ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମାନଙ୍କୁ ସେମାନେ କଣ କଣ ଦାବି ରଖିଲେ ସେଥିରେ ସ୍ପେସିଆଲ କାଟାଗୋରି ଷ୍ଟେଟ ରଖିଛନ୍ତି କି ନାହିଁ ।

ସ୍ପେସିଆଲ କାଟେଗୋରି, ସ୍ପେସିଆଲ ଆଲୋକେଶନ, ସ୍ପେସିଆଲ ଷ୍ଟେଟସ ନେଇ କଣ ଦାବି ରଖିଛନ୍ତି ।  ଏ ପବିତ୍ର ଗୃହ ଜାଣିବାର ଅଧିକାର ଅଛି ଜ୍ଝ ଯେହେତୁ ୧୪୭ ବିଧାୟକ ୧୪୭ ନିର୍ବାଚନ ସୃଷ୍ଟି କରି ଆସିଛନ୍ତି ଜ୍ଝ ଲୋକଙ୍କ ପ୍ରତିନିଧି ଭାବରେ ମୋର କେବଳ ଜାଣିବାର ଇଚ୍ଛା ଅଛି ସ୍ପେସିଆଲ ଆଲୋକେସନ ଲୋକଙ୍କ ପାଇଁ କଣ କରିଛନ୍ତି ଯେମିତିକି ଅନ୍ୟାନ୍ୟ ରାଜ୍ୟମାନେ ବିଶେଷ କରି ଭାରତବର୍ଷର ଉଦାହରଣ ଦିଆଯାଉଛି ଆନ୍ଦ୍ରପ୍ରଦେଶ ଏବଂ ବିହାର ପ୍ରଚୁର ପରିମାଣରେ ବିଭିନ୍ନ ପର‌୍ୟ୍ୟାୟରେ ଆଲୋକେସନ ପାଇଛନ୍ତି ସେମିତି ସେହି ନିର୍ମାଣକୁ ଜୋରଦାର କରାଯାଇଛି କି ନାହିଁ ଓଡିଶା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବହୁତ ସ୍ୱପ୍ନ ଦେଖିଛନ୍ତି ସେ ଦାବି ମଧ୍ୟ କରିଛନ୍ତି ଆପଣ ମାନଙ୍କୁ ଧନ୍ୟବାଦ ।  ଯଦି ସ୍ପେସିଆଲ ଆଲୋକେସନକୁ ରେକର୍ଡ କରାଯିବ ଜ୍ଝ ଓଡିଶା ଯୋଗୁଁ କେନ୍ଦ୍ରରେ ସରକାର ହୋଇଛି । ଏ ଗୃହରେ ରେକର୍ଡ କରାଯାଉ ଆଗାମୀ ଦିନରେ ଏ ଗୃହ, ଓଡ଼ିଶାବାସୀ ତର୍ଜମା କରିବେ ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଆମ ରାଜ୍ୟ ପାଇଁ କଣ ଏମିତି ସୁଯୋଗ ସ୍ତୃଷ୍ଟି କଲେ ଯେମିତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦାବି କରନ୍ତି ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାହ୍ୟା ରାଜ୍ୟପାଇଁ କଣ ସୁଯୋଗ କଲେ ଜ୍ଝ ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ ।  ତାଙ୍କର ୨୦୧୪ ମସିହାରେ ମଧ୍ୟ ରାଜ୍ୟ ଜନତା ପାର୍ଟିର ଗୋଟେ ଇସ୍ତାହାରରେ ରଖିଥିଲେ ।ଓଡ଼ିଶାରେ ଯଦି ଆମ ସରକାର ଆସେ ତାହାଲେ ଆମେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାପାଇଁ ତାଙ୍କର ପ୍ରସ୍ତାବ ପତ୍ର ସ୍ଥାନିତ ହୋଇଥିଲା ।  ଭାରତ ସରକାର ବଞ୍ଚେଇବା ପାଇଁ ଓଡିଶା ଲୋକ ମନପ୍ରାଣ ଦେଇକି ସମର୍ଥନ କରିଛନ୍ତି ଓଡ଼ିଶାର ଲୋକ ଡବଲ ଇଞ୍ଜିନ ଗଠନ କରିଛନ୍ତି।  ନୀତି ଆୟୋଗର ଅଧ୍ୟକ୍ଷ ଓଡିଶା ରାଜ୍ୟ ପାଇଁ ସ୍ପେସିଆଲ କାଟାଗୋରି ମାନ୍ୟତା ଦେଇଛନ୍ତି କି ନାହିଁ ଯଦି ଦେଇନାହାନ୍ତି ତାଙ୍କର ଯେଉଁ ୨୦୧୪ ରେ ଇସ୍ତାହାର ଦେଇଥିଲେ ସେହି ପ୍ରମାଣ ଦେବା ଦରକାର ।

ଆଦିବାସୀ ହରିଜନ ଯେଉଁ ଦାବି କରିଛନ୍ତି ।   ବୈଠକରେ କଣ ସୁଯୋଗ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ? କେତେ ପ୍ୟାକେଜ ଦାବି ରଖିଛନ୍ତି ତାର ଉତ୍ତର ରଖନ୍ତୁ ? ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଦାବି ରଖିଲେ କି ? ଓଡ଼ିଶାରେ ଯଦି ଆମ ସରକାର ଆସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଷ୍ଟାଟସ ଦେବେ ବୋଲି ପୂର୍ବରୁ ୨୦୧୪ ନିର୍ବାଚନୀ ଏ ବର୍ଷ ବନ୍ୟା, ମରୁଡି ଅଛି ତେଣୁ ଆମକୁ ସ୍ୱତନ୍ତ୍ର ପ୍ୟାକେଜ ଦେଇଛନ୍ତି କି ? ଆନ୍ଧ୍ରପ୍ରଦେଶ ଏବଂ ବିହାର ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ଚାପ ପକାଉଛନ୍ତି । ମାଲକାନଗିରିରେ ପୋଲାଭରମ ପ୍ରକଳ୍ପରେ ଯେତିକି ଉଚ୍ଚତା ଥିଲା ତା ଠାରୁ ଅଧିକ କରିଛନ୍ତି । ସେନେଇ କଣ ଆଲୋଚନା ହୋଇଛି ନୀତି ଆୟୋଗ ବୈଠକରେ ଦାବି କଲେ ବିଜେଡି ଓ କଂଗ୍ରେସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking