24.1 C
Bhubaneswar
Tuesday, February 10, 2026
Homeଓଡିଶାକମିବାରେ ଲାଗିଛି ମାଟି ଦୀପର ଚାହିଦା

କମିବାରେ ଲାଗିଛି ମାଟି ଦୀପର ଚାହିଦା

ଭୁବନେଶ୍ୱର: କିଛି ଦିନ ପରେ ଆସୁଛି ଦୀପାବଳି। ଏଥି ପାଇଁ ବଜାରରେ ଭଳିକି ଭଳି ଦୀପ ବିକ୍ରି ହେଉଛି। କିନ୍ତୁ ମାଟି ଦୀପ ତୁଳନାରେ କସମେଟିକ ଦୀପର ଚାହିଦା ଅଧିକ ବଢ଼ିବାରେ ଲାଗିଛି। ଫଳରେ କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ। କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି। ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ପୂର୍ବ ଭଳି ମାଟି ସାମଗ୍ରୀର ଚାହିଦା ନଥିବାରୁ କିଛି ଲୋକ ନିଜ ବୃତ୍ତି ଛାଡ଼ି ଅନ୍ୟ କାମଧନ୍ଦା କରୁଛନ୍ତି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଛି। ପୂର୍ବ ଭଳି ଦୀପାବଳିରେ ଅଧିକାଂଶ ଲୋକ ମାଟି ଦୀପ ନଜଳାଇ କ୍ୟାଣ୍ଡେଲ ଓ ପାଣିରେ ଜଳୁଥିବା ଦୀପ ଜଳାଉଥିବାରୁ ଅଧିକ ଦୀପ ବିକ୍ରି ହେଉନଥିବା କୁମ୍ଭାର ସଂପ୍ରୟାଦର ପରିବାର ସଦସ୍ୟ ମାନେ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ଓ ଦୀପାବଳି ଦିନ ସମସ୍ତେ ଘରେ ଘରେ ମାଟି ଦୀପ ପ୍ରଜ୍ଵଳନ କରିବା ପାଇଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking