ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ପାଣ୍ଡରା ନିକଟରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଣ୍ଡରା ରାସ୍ତାଠାରୁ ୧୦୦ ମିଟର ଦୂର ବିଲ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି । ବେକରେ କପଡା ଗୁଡା ହୋଇଥିବା ବେଳେ ପାଖରେ ସାଇକେଲ୍ ପଡିଛି । ଡେଲିଭରି ବୟଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ମହାଦେବ ନଗରରେ ରହୁଥିବା ଜଣାପଡିଛି । ୨ ଦିନ ତଳୁ ଡେଲିଭରି ବୟ ନିଖୋଜ ନେଇ ଏତଲା କରିଥିଲେ ପରିବାର । ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଥିଲା । ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା । ଆଜି ତାଙ୍କ ମୃତଦେହ ବିଲ ଭିତରୁ ମିଳିଥିଲା । ହତ୍ୟା ସନ୍ଦେହ କରି ସାଇଣ୍ଟିଫିକ୍ ଟିମ୍ ଜକାଇ ପୋଲିସର ଛାନଭିନ ଆରମ୍ଭ ହୋଇଛି ।










