29.1 C
Bhubaneswar
Tuesday, February 10, 2026
Homeଓଡିଶାପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ସଇଁତଳା : ବଲାଙ୍ଗର ଜିଲ୍ଲା ସଇଁତଳା ଥାନା ଅଧୀନ ବରଗା ବ୍ରିଜ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ତଳକୁ ଥିବା ମହଗା ପୋଖରୀରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ପ୍ରତିଦିନ ଭଳି ଆଜି ବି କିଛି ଲୋକେ ଲାନ୍ଥ ନଦୀ ପାଖକୁ ଗାଁ ଚରାଇବା ପାଇଁ ଯାଇଥିଲେ ହେଲେ ବ୍ରିଜ ଶେଷରେ ଓ ନଦୀ ପାଖରେ ଥିବା ମହଗାଁ ନୂଆ ପୋଖରୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ସଇଁତଳା ପୁଲିସକୁ ଖବର ଦେଥିଲେ। ଏସଆଇ ଆଲୋକ ଭୋଇ ସମେତ ପୁଲିସ ଟିମ ଓ ସଇଁତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ଭାସୁଥିବା ପାଖରୁ ଏକ ନାଲି ରଙ୍ଗର ଗାମୁଛା ଜବତ କରିଛି। ଜବତ ପରେ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ବଡ଼ମେଡିକାଲକୁ ପଠାଇ ଦେଇଛନ୍ତି। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking