13.1 C
Bhubaneswar
Sunday, January 18, 2026
Homeଓଡିଶାଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର ହେଲା ଯୁବକର ମୃତ ଦେହ: ମୃତ୍ଯୁ କାରଣ ଅସ୍ପଷ୍ଟ

ଟ୍ରେନ୍‌ ଲାଇନ୍‌ରୁ ଉଦ୍ଧାର ହେଲା ଯୁବକର ମୃତ ଦେହ: ମୃତ୍ଯୁ କାରଣ ଅସ୍ପଷ୍ଟ

ଯାଜପୁର:  ଯାଜପୁର ଜିଲ୍ଲା ର ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନର ପାଟୁଳି ଓଭର ବ୍ରିଜ ରେଳ ଧାରଣାରୁ ଆଜି ୧୦ ଘଟିକା ସମୟରେ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି ଯାଜପୁର ରୋଡ ଜିଆରପି ପୋଲିସ। ମୃତ ବ୍ୟକ୍ତି ହେଲେ ରମେଶ ଚନ୍ଦ୍ର ବାରିକ୍ ଘର କୋରେଇ ଥାନା ଅନ୍ତର୍ଗତ କଇଁଆଁ ଗ୍ରାମରେ ବୋଲି ଜଣା ପଡିଛି । ଶବ ଉଦ୍ଧାର କାରା ଯାଇ ଶବ ବେବଛେଦ ପାଇଁ ଦନଗଦୀ ଡାକ୍ତଖାନାକୁ ପଠାଇଛି ଏ ସଂକ୍ରାନ୍ତ ରେ ରେଳ ବାଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଗତ କାଲି ରାତ୍ରୀ ରେ ଯୁବକ ଟ୍ରେନ ଲାଇନି ରେ ଶୋଇ ପଡି ଥିଲା ସେହି ସମୟର ଏକ ମାଲବାଇ ଟ୍ରେନଅସୁ ଥିଲା ଯୁବକ ଜଣକ ଟ୍ରେନ ଆଗକୁ ଢେଇ ପଡ଼ି ଥିଲା ଫଳ ରେ ଟ୍ରେନ କଟି ମୃତ୍ରୁ ବରଣ କରି ଥିଲା ମାଲ ଗାଡ଼ି ର ଡ୍ରାଇଭର ଯାଜପୁର ରୋଡ଼ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ l ସୂଚନା ପାଇ ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି l ଜିଆରପି ପୋଲିସ ଦ୍ୱାରା କେସ ନଂ ୨୦/୨୪ ରେ ଏକ ଅପମୃତ୍ୟୁ ମାମଲା ୠଜୁକରି ତଦନ୍ତ ଚଳାଇଛି l ଅନ୍ୟପଟେ ଉକ୍ତ ଯୁବକ କାହିଁକି ମୃତ ବରଣ କଲା କାରଣ ଅସ୍ପଷ୍ଟ ହୋଇ ରହିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଯାଜପୁର ରୋଡ ଜିଆରପି ପୋଲିସ ସୂଚନା ଦେଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking