26.1 C
Bhubaneswar
Thursday, September 19, 2024
Homeଓଡିଶାହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର : ହୋଟେଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ରାୟଗଡ଼ା ଜିଲ୍ଲା ପଦ୍ମପୁର ସୁନାରୀ ଘାଇ ଛକରେ ଏକ ହୋଟେଲରୁ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ଫଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଭିକାରୀ ପ୍ରଧାନ। ତାଙ୍କ ଘର ସମ୍ବଲପୁର ଜିଲ୍ଲାର ହୀରାକୁଦରେ ବୋଲି ଜଣାପଡ଼ିଛି । ଭିକାରୀ ପ୍ରଧାନ କାମ ନିମନ୍ତେ ସମ୍ବଲପୁରରୁ ରାୟଗଡାକୁ ଆସିଥିଲେ । ଗତ ଦୁଇ ଦିନ ହେବ ପଦ୍ମପୁରରେ ଏକ ହୋଟେଲରେ କାମ କରିବା ଆରମ୍ଭ କରିଥିଲେ । ମାଲିକ କୌଣସି କାମରେ ବାହାରକୁ ଯାଇଥିବାବେଳେ ଫେରିବା ପରେ ଭିକାରୀଙ୍କୁ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ ସ୍ଥାନୀୟ ପୁଲିସ ସୂଚନା ଦେଇଥିଲେ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଅନ୍ୟ ପକ୍ଷରେ ଏ ନେଇ ଭିକାରୀଙ୍କ ପରିବାରକୁ ସୂଚିତ କରାଯାଇଛି । ଘରର ରୋଜଗାରିଆ ପୁଅର ମୃତ ଖବରକୁ ପରିବାର ଲୋକ ବିଶ୍ୱାସ କରି ପାରି ନାହାଁନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking