32.1 C
Bhubaneswar
Thursday, February 12, 2026
Homeଓଡିଶାଘର ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଠାବ

ଘର ନିକଟରୁ ବ୍ୟକ୍ତିଙ୍କ ମୃତଦେହ ଠାବ

ଅନୁଗୁଳ : ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହାରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଆଜି ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘର ନିକଟରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ସେ ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଦା ନାଏକ। ସେ ଗାଁ ପାଖରେ ଥିବା ଗୋଟିଏ ରାଇସ୍ ମିଲରେ କାମ କରୁଥିଲେ। ସବୁ ଦିନ ଭଳି ମଙ୍ଗଳବାର ରାତିରେ ମଧ୍ୟ ଗଦା ଘର ବାହାରେ ଶୋଇଥିଲେ। ହେଲେ ଆଜି ସକାଳୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରିଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଗଦା ଗାଁ ମୁଣ୍ଡରୁ କାମ ସାରି ଫେରୁଥିବା ବେଳେ ବଡ଼ ଭାଇଙ୍କ ସହ ଦେଖା ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ବେଶ କିଛି ସମୟ ଯୁକ୍ତିତର୍କ ପରେ ଉଭୟ ନିଜ ନିଜ ଘରକୁ ଫେରି ଯାଇଥିଲେ। ତେବେ ରାତିରେ ସବୁ କିଛି ସ୍ୱାଭାବିକ ରହିଥିଲା। ଉଭୟ ନିଜ ନିଜ ଘରେ ରହିଥିଲେ। ଗଦା ମଧ୍ୟ ଘରେ ଖାଇବା ପରେ ବାହାର ପଟେ ଶୋଇବାକୁ ଚାଲି ଯାଇଥିଲେ। ସେ ଘର ବାହାରେ ଶୋଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ସାମ୍ନାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଗଦାଙ୍କ ସ୍ତ୍ରୀ ପଡ଼ୋଶୀଙ୍କୁ ଅବଗତ କରାଇଥିଲେ। ପରେ ଘଟଣା ବିଷୟରେ ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଗଦାଙ୍କ ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking