19.1 C
Bhubaneswar
Wednesday, February 11, 2026
Homeଓଡିଶାସନ୍ଦେହଜନକ ଅବସ୍ଥାରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ

ସନ୍ଦେହଜନକ ଅବସ୍ଥାରେ ପଡ଼ିଛି ବୃଦ୍ଧଙ୍କ ମୃତଦେହ

ମୟୂରଭଞ୍ଜ : ଗତକାଲି ସନ୍ଧ୍ୟା ପୂର୍ବରୁ ଘରୁ ଯାଇ ରାତିରେ ବି ଫେରିନଥିଲେ ଘରକୁ। ହେଲେ ଆଜି ମଧ୍ୟାହ୍ନରେ ଆସିଲା ମୃତ୍ୟୁ ଖବର । ଲଟାବୁଦାରେ ଥିବା ଏକ ଗଛ ତଳେ ପଡ଼ିଛି ମୃତଦେହ । ତେବେ ମୃତଦେହ ପଡ଼ିଥିବା ସ୍ଥାନର ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କଲେ ମୃତ୍ୟୁର କାରଣକୁନେଇ ସନ୍ଦେହ ସୃଷ୍ଟି କରୁଥିବା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ବାଉରା ଅଞ୍ଚଳର । ଏକ ଲଟାବୁଦା ପାଖରେ ଜଣେ ବୃଦ୍ଧର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ପାରିପାର୍ଷିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ ପ୍ରକାଶ ପାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ମୃତକଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୫ଟାରୁ ବାଉରା ଗାଁର ସୁନାରାମ ସୋରେନ (୫୮) ଘରୁ ବାହାରି ଆସିଥିଲେ ଆଜି ରାଜାବସା ପଡିଆ ନିକଟ ଏକ ଶାଗୁଆନ ଗଛ ମୂଳ ଲଟାବୁଦା ନିକଟରୁ ସୁନାରାମଙ୍କ ମୃତଦେହ ଠାବ ହୋଇଛି। ମୃତକ ସୁନାରାମଙ୍କ ପୁଅର କହିବା ଅନୁସାରେ କେହି ଦୁର୍ବୃତ୍ତ ମୋର ବାପାଙ୍କୁ ହତ୍ୟା କରିଥାଇ ପାରେ ବୋଲି ସନ୍ଦେହ ପ୍ରକାଶ କରି କହିଛନ୍ତି। ତେବେ ପୋଲିସର ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking